ପ୍ରେମ

  


ତମ ପ୍ରେମ ଶାଶ୍ୱତ 
କି ନା ମୁଁ ଜାଣେନା 
ହେଲେ ତାର 
ତାହା ପ୍ରଥମ ପ୍ରେମ 
ପରିସ୍ଥିତି, ପରିବେଶ ବୟସ 
କାହାରି ବି ନଥିଲା 
ଉତ୍ତରଦାଇତ୍ୱ 
ଲଗାମଛଡା ବି ନଥିଲା ଜମା 
ହେଲେ ସେ ଆନ୍ତରିକତା 
ଅନୁରାଗ କେମିତି ଏମିତି 
ଏକପାଖିଆ ନା ଦ୍ୱିପାକ୍ଷିକ 
ବୁଝିବା ଆଗରୁ ରହିଗଲା ସେମିତି 
ଏବେବି ବୁଝି ହୁଏନା 
ହେଲେ କିଛି ଅସର୍ତ୍ତକ ମୁହୂର୍ତ୍ତ 
କିଛି ଅବହେଳିତ ହୃଦୟ 
ଆଉ ଦୁର୍ବଳତା ସମୟ 
ପୁଣି ମରୁଦ୍ୟାନ ଜୀବନ 
ମନେପକାଇଦିଏ ସେଇ ପିଛିଲା 
ଅତୀତର ସ୍ମୃତି ସରହଦ 
ବିଭେଦ ଓ ଝରାଫୁଲ ଆଞ୍ଜୁଳାଏ 
ଯାହା ଏଯାଏଁ ଫୁଙ୍ଗୁଳା 
କାହା ଆଖିକୁ ଦେଖାନଗଲେ ବି 
ଶୃଙ୍ଖଳିତ ଶୃଙ୍ଖଳା ରେ ପକାଏ ଶିକୁଳା 
ସମୁଦ୍ରର ଅଜସ୍ର ଢେଉ କାଟି 
ତାର ଏଵେ ଫେରିବାର ପ୍ରକୃଷ୍ଠ ବେଳା.