ସ୍ପର୍ଶ

 

ଯେଉଁ ଦିନ ଭୂମିଷ୍ଠ ହେଲି 

ଧରା ବୁକୁରେ 

କୁଆଁ କୁଆଁ ରାବ ଦେଇ 

ପହିଲି ସ୍ପର୍ଶରେ 

ଧରା ଉଠିଥିଲା ଚେଇଁ 

ମାଆର ପହିଲି ସ୍ପର୍ଶରେ 

ଶରୀରରେ ଉଠି ଥିଲା ଶିହରଣ 

ଜାଣି ନ ଥିଲି ମୁଁ ଅଚେତନ ସ୍ତରରେ 

କିନ୍ତୁ ସେହି ପ୍ରଥମ ସ୍ପର୍ଶ 

ମୋ ହୃଦୟରେ ସାଇତି ରଖିଛି 

ରଖି ଥିବି ମଧ୍ୟ ଜୀବନ ଥିବା ପର୍ଯ୍ୟନ୍ତ 

ଆଉ କାହାରି ସ୍ପର୍ଶ ତା ଠାରୁ 

ଅଧିକ ପୁଲକିତ କରିବନି 

ମନ ପ୍ରାଣକୁ ମୋର 

ପହିଲି ସ୍ପର୍ଶ ସେ ମୋ ଜୀବନର 

ମାଆର ଅମୃତ ଆଉ ମମତାର ମୂଲ ||