ଆସ ଗୋ ତୁମେ କୃଷ୍ଣ


 ଗୋଧୂଳି ସମୟ ଗଲାଣି ଗଡ଼ି
ବେଗେ ଅନ୍ଧାର ଆସଇ ମାଡ଼ି
ସକାଳ ସୂରୁଜ ପ୍ରଦୀପ ଧରି

ଆସ ଗୋ ତୁମେ କୃଷ୍ଣ

ମଣିଷ ଜୀବନ ଲାଗି ଦୁର୍ବିସହ ,
ପ୍ରେମ ବଦଳେ ଏଠି ଖାଲି ମୋହ
ଜୀବନେ ପ୍ରେମର ବାସ ଖେଳାଇ

ଆସ ଗୋ ତୁମେ କୃଷ୍ଣ ।

ଆହା କି ମଧୁର ସେ ଗୋପର ଛବି
ଉଲ୍ଲସିତ ହୁଏ ମନେ ମନେ ମୁଁ ଭାବି
ପୁଣିଥରେ ଗପକୁ ସାଥିରେ ନେଇ

ଆସ ଗୋ ତୁମେ କୃଷ୍ଣ ।

କଳିଯୁଗର ଏ ମଣିଷମାନେ
କିଏ ବା କାହାର ମନକୁ ଚିହ୍ନେ
ବସୁଧାର ପୁଣି ଉଦ୍ଧାର ପାଇଁ

ଆସ ଗୋ ତୁମେ କୃଷ୍ଣ ।

ଗୋଟିଏ କଂସର ସେଦିନ କରିଥିଲ ଦମନ
ଆଜି ଏ ପୃଥିବୀ ଲାଗେ ମଥୁରା ସମାନ
ପୁଣିଥରେ କଂସର ଦମନ ପାଇଁ

ଆସ ଗୋ ତୁମେ କୃଷ୍ଣ ।

ମଥୁରାକୁ ଯାଇ ଫେରିଲ ନାହିଁ
ଗୋପପୁରବାସୀ ରହିଲେ ନାହିଁ

ଫେରିଆସ ଗୋ ତୁମେ କୃଷ୍ଣ ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!