ଅବିଶ୍ରାନ୍ତ

 

ଆଉ ଥରେ ଥକି ଯିବନି ଭାବି
ପୁଣି ଥରେ ବାଟ ଚାଲିଲି ,
ମନର ବୟସ ବଢି ନ ଥିଲା ବୋଧେ ,
ସ୍ୱପ୍ନମାନେ ସେଥି ପାଇଁ ଦୂରେଇ ନ ଥିଲେ । ୧ ।

କାହାକୁ ପଢିବାକୁ ଇଚ୍ଛା କଲିନି ,
ସବୁ ଚେହେରା ନୂଆ ରହିବ ବୋଲି ,
ସଂପର୍କ ଏବଂ ସ୍ମୃତି ଶବ୍ଦ ଗୁଡାକୁ ପୋଛିଦେଲି
ଆଉ କିଛି ଭାଙ୍ଗି ଯିବନି ବୋଲି । ୨ ।

ନୂଆ ରହିଲେ ସବୁକିଛି କେତେ ସୁନ୍ଦର
ହୃଦୟର ସ୍ଵଚ୍ଛତାରେ କେହି ନୁହେଁ ପର ଓ ନିଜର
ଶରୀର ଯଦି ପାର୍ଥିବ, ମନ କଥା ମନରେ ହିଁ ରହୁ
ସ୍ରଷ୍ଟାର ଇଙ୍ଗୀତରେ ଚାଳିତ , ଏ ଜୀବନ ସମ୍ଭାର
ସମୟର କଷଟିରେ ସତେଜ ଓ ଅବିଶ୍ରାନ୍ତ ରହୁ । ୩ ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!