ତୁମରି ହୃଦୟ

 

କେଜାଣି କାହିଁକି ହୃଦୟର ସ୍ୱରକୁ

ତୁମେ ଅଣଦେଖା କରିଚାଲିଛ

ବାରବାର ବୁଝେଇ ଚାଲିଛ କିଛି ମନଗଡା

କାହାଣୀ ତିଆରି କରି

କାହିଁକି ତୁମେ ମାନିବାକୁ ନାରାଜ

ସବୁ ପ୍ରତିଶ୍ରୁତି ମିଛ ନୁହେଁ

କି ସବୁ ପ୍ରେମୀ ସତ୍ୟ ନୁହେଁ।



ହଁ ମାନୁଛି ତୁମେ କହୁଛ କି

ଜୀବନରେ ଯିଏ ଆସେ କେଇଦିନ ପାଇଁ

ସାଥେ ଚାଲିବାକୁ କଥା ଦେଇ ଚାଲିଯାଆନ୍ତି

କିନ୍ତୁ ତୁମେ ଛଳନା କରୁଥିବା ମନଟିର କଥା ଶୁଣିଛ

କେବେ ଏଇ ହୃଦୟର କଥା ଶୁଣିନିଅ।



ନିଜକୁ ଦୃଢ଼ କରି ଛିଡା ହେବା ମାନେ କଣ

ଅନ୍ୟର ଭାବନାକୁ ମାରିଦେବା

ନା କାହା ଆଶା ବିଶ୍ୱାସକୁ ଜାଳିଦେବା

ମନର ଭାଷାକୁ ନବୁଝିଲେ ବି ଯଥେଷ୍ଟ

ବୁଝିସାରିଛି ,ତୁମେ ନିର୍ଦ୍ଦୟୀ ସାଜୁଛ

ଏଇ ନିରୀହ ହୃଦୟ ଉପରେ

କାହିଁକି କହିଲ?

ଦେଇଥିବା କଥା ରଖିପାରିବନି ବୋଲି

ନା ତୁମ ପ୍ରେମିକ ପଣିଆ ଭାଙ୍ଗିଯିବ ବୋଲି

ଯିଏ କଥା ଦେଇଥିଲା,ପ୍ରତିଜ୍ଞା କରିଥିଲା

ସେ କଣ ଅଛି ଏସବୁ ଦେଖିବାକୁ

ତୁମ ମନର ଏ ଭାବନାକୁ ବୁଝିବାକୁ

ନା ତୁମେ ମିଛ ସ୍ୱାଭିମାନକୁ ନେଇ ଏତେ

ଅହଂକାର ଦେଖାଉଛ,

ତୁମ ପ୍ରଶ୍ନ ବୋଧହୁଏ ଓଲଟି ତୁମ ପାଖରେ

ଉତ୍ତର ହୋଇ ଆସିବାକୁ

ଏ ଅପେକ୍ଷାର ଅନ୍ତ କେବେ.....?