ଗୋଟିଏ କଥା ସମସ୍ତଙ୍କୁ ଜଣା ଯେ ଏ ଜୀବନର ବାଟରେ ଆମେ ସମସ୍ତେ ଜଣେ ଜଣେ ବାଟୋଇ। ଏଠରେ କିଛି ଲୋକ ଟଙ୍କା ପାଇଁ ପରସ୍ପର ପଛରେ ଗୋଡାନ୍ତି ତ କିଛି ନିଜର ସ୍ବାର୍ଥ ପାଇଁ ।ସବୁବେଳେ ଏଠି କିଛି ନା କିଛି ପାଇବା ପାଇଁ ଜଣେ ଅନ୍ୟ ଜଣଙ୍କ ପଛରେ ଲାଗି ପଡିଥାନ୍ତି। କିନ୍ତୁ ବେଳେ ବେଳେ ଏହି ସବୁକୁ ଗୋଡାଇବା ଭିତରେ ମଧ୍ୟ ଏପରି କିଛି ଘଟଣା ଘଟିଯାଏ, ଯାହା ଜୀବନର ବାଟକୁ ଗୋଟିଏ ଜାଗାରେ ଅଟକାଇ ରଖିଦିଏ।ଏବଂ ସେହି ମୂହୁର୍ତ୍ତ ରେ ଏ ଜୀବନର ବାଟ ଟି ନିଜ ରାସ୍ତା କେଉଁଠି ଯେ ଭୁଲିଯାଏ ,ସେ ବିଷୟରେ ନିଜେ ମଧ୍ୟ ଜାଣି ପାରେ ନାହିଁ । ସେତେବେଳେ ଜୀବନର ବାଟ ଟି ନା ଆଗକୁ ଯାଇପାରେ ନା ପଛକୁ ଫେରି ଚାହିଁ ପାରେ।ସତରେ ଯେମିତି ସବୁକିଛି ସେତେବେଳେ ବଦଳିଯାଏ ।ମନ ଭିତରେ ଅନେକ ଛୋଟ ବଡ ଘଟଣା ଘଟି ଚାଲି ଥାଏ ।ଏସବୁ ଘଟଣା ନା କାହାକୁ କହିହୁଏ ନା ସହଜରେ ସହିହୁଏ। କିଏ ,କ'ଣ ଓ କେତେବେଳେ ଯେ କହୁଥାଏ, ସେ ସମ୍ପର୍କରେ ମନ ଆଉ ସ୍ଥିର ନ ଥାଏ। ଏମିତି ମନେ ହୋଇଥାଏ ଯେମିତି ଏହା ଆମକୁ ଆଣି ଏକ ଅନ୍ୟ କେଉଁ ଦୁନିଆରେ ଆଣି ଥୋଇଦେଇ ଥାଏ। କେବଳ ଆଖି ଆଗରେ ଝଲସାଇ ଉଠୁଥାଏ ସେ ଅଫେରା ବାଟ ଟିଏ । ଯାହାର ପାଖକୁ ଯାଇ ପହଞ୍ଚି ହୁଏନାହିଁ !!!
ଜୀବନ ଟା ଯେତେ ସହଜ ବୋଲି ଭାବିଥାଉ,ସେତେଟା ସହଜ କେବେ ହୋଇ ନ ଥାଏ। ସତରେ ମନେ ହୁଏ ଯେମିତି ସବୁକିଛି ଏଠି କ୍ଷଣସ୍ଥାୟୀ ।ମନ ଭିତରେ ଉଙ୍କି ମାରେ ଖାଲି ଅସୁମାରି ପ୍ରଶ୍ନ ,ହେଲେ କାହିଁକି ଏପରି ହୁଏ ବୋଲି ଭାବିଲେ ସବୁ ଯେମିତି ଅଜଣା ପରି ମନେ ହୁଏ ।ଆଉ ଏ ଲୋକ ମାନଙ୍କ ମଧ୍ୟରେ ହଜିବା ପାଇଁ ଚେଷ୍ଟା କରିବା ବୋଧହୁଏ, ଏକ ଭୁଲ୍ ନିର୍ଣ୍ଣୟ ଥିଲା ।ଏବେ ପୁଣି ଥରେ ଆରମ୍ଭ କରିବା ପାଇଁ ଚେଷ୍ଟା କରିବା ପାଇଁ ପଡିବ ଓ ପୁଣି ଥରେ ନିଜକୁ ଗଢିବା ପାଇଁ ପଡିବ ।ଆମକୁ ପୁଣି ଖୋଜି ବାହାର କରିବା ପାଇଁ ପଡିବ, ଆମର ସେ ହଜି ଯାଇ ଥିବା ବାଟକୁ ।ଫେରିବା ପାଇଁ ପଡିବ ପୁଣି ଥରେ ସେ ଅଫେରା ବାଟକୁ ।ପୁଣି ଥରେ ନୂଆ ରୂପରେ ଜୀବନର ରାସ୍ତା କୁ ଫେରିବା ପାଇଁ ପଡିବ ।ସବୁକିଛି ଭୁଲି ପୁଣି ଥରେ ଯିବା ପାଇଁ ପଡିବ ସେ ହଜି ଯାଇ ଥିବା ବାଟରେ।
✍️ଅକ୍ଷୟ ସାହୁ