ସଞ୍ଜ ଆସଇ ନଇଁ

ସଞ୍ଜ ଆସଇ ନଇଁ

 ମୋ ମନରେ ପ୍ରିୟା ଆଙ୍କିଛ ଯେଉଁ କାମନା କାଉଁରୀ ଛବି 
ଅୟୁତ ଆଶାକୁ ସାରଥୀ କରିଛି 

ଆଖିରେ ଭରିଛି ଆଖିଏ ସପନ 

ସେଇ ସପନେ ଯାଇଛି ଡୁବି..

ତୁମେ ମନେପଡ଼ ଜହ୍ନ ଉଠିଲା ବେଳେ 

ଅଳସ ଫଗୁଣେ ସଞ୍ଜ ନଇଁଲା ବେଳେ 

ଅମାନିଆ ମନ ତୁମରି ସପନେ ନାଚି ଯାଏ ତାଳେତାଳେ

ସତେ କି! ପାରିବ ମୋ ସପନ ସତ ହୋଇ 

ଛୁଇଁ କି ପାରିବି ତୁମରି ପଣତ ଯାଇ

ମନ ଦରିଆର ଅମାନିଆ ଢେଉ 

ମନା ଜମ୍ମା ମାନେ ନାହିଁ

ସତେଅବା ! କେହି ବିରହ ସଂଙ୍ଗୀତ 

ନେପଥ୍ୟରେ ଯାଏ ଗାଇ …

ସଞ୍ଜ ଆସଇ ନଇଁ ..

ସ୍ମୃତି ସରିଯାଏ ବାଟ ତ ସରେନି ଜମା

ଓଦା ଆଖି ତଳେ ସଞ୍ଜୁଆ ସପନ 

ଦେଇ ଗଲାଣି ଯେ ଚୁମା…… 

ଛାତିରେ ପ୍ରୀତିର ବେଦନାର ଅଭିସାର…. 

ଶୂନ୍ୟତା ଯେବେ ତୁମ କଥା କୁହେ 

ଉପହାସ କରେ ହୃଦୟ ମୋ ବାରମ୍ବାର.. ।। 

✍️ ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!