ମା ଦୁର୍ଗା


 ମାଙ୍କ ପାଖରେ ଯେ ସବୁ ଶକ୍ତି ନିୟନ୍ତ୍ରିତ 
କ୍ଷମା ଦୟା ନ୍ୟାୟ ସବୁ ଶକ୍ତିର ସେ ସ୍ରୋତ। 

ଅନ୍ୟ ଏକ ହାତେ ଶୋଭାପାଏ ଗଦା ବିଶ୍ୱକର୍ମାଙ୍କର 
ପରିଚୟ ଦିଏ ଶାରୀରିକ ମାନସିକ ଆଧ୍ୟାତ୍ମିକତାର

ଅନ୍ୟ ଏକ ହାତେ ତାଙ୍କ ଶଙ୍ଖ ଶୋଭାପାଏ 
ବ୍ରହ୍ମାଣ୍ଡର ପ୍ରତି କୋଣରେ ସେ ରହିଥାଏ।  

ଅନ୍ୟ ଏକ ହାତେ ତାଙ୍କ ପଦ୍ମ ଯେ ଶୋଭିତ
କଦ୍ଦମେଁ ଫୁଟି ମଧ୍ଯ ସାର ଜଗତେ ଆଦୃତ।  

ଅନ୍ୟ ଏକ ହାତେ ତାଙ୍କ ସର୍ପ ବିରାଜିତ 
ଚେତନାର ପ୍ରତୀକ ସେ ଅଟନ୍ତି ସର୍ବବ୍ୟାପ୍ତ।  

ଅନ୍ୟ ଏକ ହାତ ଅଭୟ ମୁଦ୍ରା ସେ ଦେଖନ୍ତି 
ମା ଭଳି ଆମକୁ ଘଣ୍ଟ ଘୋଡାଇ ରଖନ୍ତି।  

ଦଶଭୁଜ ତାଙ୍କର ଯେ ପ୍ରତୀକ ରକ୍ଷାର
ସର୍ବଦିଗରୁ ସୁରକ୍ଷା ଥାଏ ଯେ ମା ଦୁର୍ଗାର। 

ଜୟ ଜୟ ହେ ମା ଦୁର୍ଗା ହେ ସିଂହବାହିନୀ
ଜଗତର ରକ୍ଷା ଲାଗି ସେ ହେଲ ମହୀଷାମର୍ଦ୍ଦିନୀ 

ଦଶଭୁଜ ଦେବୀ ତୁମେ ଜଗତଜନନୀ
ଅଧର୍ମକୁ ନାଶକରି ହେଲ ଧର୍ମସଂସ୍ଥାପିନି।

©® ✍ ଅକ୍ଷୟ ସାହୁ