ଭୁଲ୍ ବୁଝିବୁନି ମତେ


 ଭୁଲ୍ ବୁଝିବୁନି ମତେ

ଚିହ୍ନିତ ନଥିଲି ଜାଣିତ ନଥିଲି ମୁୁଁ ତତେ,

 ଏଇ ଅଳପ ଦିନର କଥା ଭିତରେ ଭଲ ଲାଗିଲୁ ତୁ ମତେ

ମନଖୋଲି ମୁଁ ଯେ କହିଦେଲି ବୋଲି,

     ଭୁଲ୍ ବୁଝିବୁନି ମତେ ।


ଦେଖିନି ତୋ ଚେହେରା ମୁଁ କେବେ,

କଥାରେ କଥାରେ କିମିଆ କଲୁ ବାନ୍ଧି ହୋଇଗଲି ମୁଁ ସତେ ।

କେମିତି କହିବି କଅଣ କହିବି

  ଜାଣି ମୁଁ ନଥିଲି ସତେ,

ମନର କଥାକୁ ମନରେ ନ ମାରି କହିଦେଲି ବୋଲି

   ଭୁ୍ଲ୍ ବୁଝିବୁନି ମତେ ।


ବେଶୀ ଠାରୁ ବେଶୀ ଭଲ ଲାଗିଲୁ ତୁ ମତେ,

କଥାରେ କଥାରେ କିମିଆ କରି 

  ବାନ୍ଧିତୁ ଦେଇଛୁ ତୋ ସ୍ନେହ ଡୋରିରେ ମତେ ।


ନିଜଠୁ ନିଜର ଭାବିଦେଲି ବୋଲି ,

  ଭୁଲ୍ ବୁଝିବୁନି ମତେ ।


ତୋ ପାଇଁ ଭୁଲିଛି ସବୁ ସମ୍ପର୍କ

 ସବୁ କିଛି ଏବେ ଅଲୋଡା ମୋ ପାଇଁ,

     ଅଛି ଯେତେ ଧନରତ୍ନ,


ଅମୂଲ୍ୟ ରତ୍ନ ତତେ ସଜେଇଛି ବୋଲି 

    ଭୁଲ୍ ବୁଝିବୁନି ମତେ ।


ହୃଦ ମନ୍ଦିରରେ ଦେବତା ସଜେଇ ପୂଜେ ମୁଁ ତୁମକୁ ସତେ,

ତତେ ନ ପଚାରି ତୋ ପୂଜାରିଣୀ ସାଜିଛି ବୋଲି 

    ଭୁଲ୍ ବୁଝିବୁନି ମତେ ।


ଏ ଜନ୍ମରେ ନ ହେଲା ନାହିଁ,

 ଅପେକ୍ଷା କରିବି ମୁଁ ତତେ,

ତୋ ପ୍ରେମ ପରଷ ପାଇବା ପାଇଁ କି,

   ସବୁ ଭୁଲିଯିବି ସତେ ।


ସବୁକିଛି ଛାଡି ତତେ ଖୋଜେ ବୋଲି 

    ଭୁଲ୍ ବୁଝିବୁନି ମତେ ।


©® ଅକ୍ଷୟ ସାହୁ



#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!