ଆହେ ନୀଳ ଶୈଳ



 ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ,ମୋ ଆରତ ନଳିନୀ ବନକୁ କର ଦଳନ ।

ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ,ଚକ୍ର ପେଶି ନକ୍ର ନାଶି ଉଦ୍ଧରିଲ ଆପଣ ।

ଘୋର ବନେ ମୃଗୁଣୀକୁ ପଡିଥିଲା କଷଣ,କେତେ ବଡ଼ ବିପତ୍ତିରୁ କରି ଅଛ ତାରଣ।

କୁରୁସଭା ସ୍ଥଳେ ଶୁଣି ଦ୍ରୌପଦୀର ଜଣାଣ,କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ।

ରାବଣର ଭାଇ ବିଭୀଷଣ ଗଲା ଶରଣ,ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ।

।।ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର;

ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ।।

ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ,ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ।

କହେ ସାଲବେଗ ହୀନ ଜାତିରେ ମୁଁ ଯବନ,ଶ୍ରୀରଙ୍ଗା ଚରଣ ତଳେ କରୁଛି ମୁଁ ଜଣାଣ।

।।ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର;

ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ।।

©® ଅକ୍ଷୟ ସାହୁ