ଗଣେଶ ମନ୍ତ୍ର


 ଗଣେଶଙ୍କ ଗାୟତ୍ରୀ ମନ୍ତ୍ର

ଓମ୍ ଏକ ଦନ୍ତାୟ ବିଦ୍ମହେ ବକ୍ର ତୁଣ୍ଡାୟ ଧୀ ମହୀ ତନ୍ନୋ ବୁଦ୍ଧି ପ୍ରଚୋଦୟାତ୍ ” କୁ ଗଣେଶଙ୍କ ଗାୟତ୍ରୀ ମନ୍ତ୍ର କୁହାଯାଇଥାଏ । ଯଦି ଆପଣ ଏହି ମନ୍ତ୍ର କୁ ଲଗାତାର ୧୧ ଦିନ ପର୍ଯ୍ୟନ୍ତ ଜପ କରନ୍ତି ତାହେଲେ ଆପଣ କରିଥିବା ଯେତେ ଖରାପ ପାପ ସବୁ ସମାପ୍ତ ହୋଇଯାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ ଭାଗ୍ୟ ସାଥ ଦେଇଥାଏ । ଏହି ମନ୍ତ୍ର କୁ ଶାନ୍ତ ମନରେ ୧୦୮ ଥର ଜପ କରିବାକୁ ପଡିଥାଏ । ଏହି ମନ୍ତ୍ର କୁ ଗଣେଶଙ୍କ ସାମନ ରେ ବସି ଜପ କରନ୍ତୁ । ଏଥିରେ ଆପଣଙ୍କ ପୁରା ଧ୍ୟାନ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହେବା ଦରକାର ।

ତାନ୍ତ୍ରିକ ଗଣେଶଙ୍କ ମନ୍ତ୍ର

ଓମ୍ ଗ୍ଲୋମ ଗୌରୀ ପୁତ୍ର, ବକ୍ରତୁଣ୍ଡ, ଗଣପତି ଗୁରୁ ଗଣେଶ, ଗ୍ଲୋମ ଗଣପତି ରିଦ୍ଧି ପତି, ସିଦ୍ଧିଃ ପତି’ ଦୂର କର ମୋର କ୍ଳେଶ” ଏହି ମନ୍ତ୍ରକୁ ଗଣେଶଙ୍କ ତାନ୍ତ୍ରିକ ମନ୍ତ୍ର କୁହଯାଏ । ଏହି ମନ୍ତ୍ରର ଜପ ସବୁଦିନ ସକାଳୁ ମହାଦେବ, ମା ପାର୍ବତୀ ଓ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ପରେ କରାଯାଏ । ଏହି ମନ୍ତ୍ରକୁ ଜପ କରୁଥିବା ଲୋକମାନେ ନିଜକୁ କ୍ରୋଧ, ମାଂସ, ମାଦକଦ୍ରବ୍ୟ ଓ ପର ସ୍ତ୍ରୀ ଠାରୁ ନିଜକୁ ଦୁରେଇ ରଖିବା ଉଚିତ୍ । ତାହେଲେ ଆପଣ ଏହି ମନ୍ତ୍ରର ଲାଭ ପାଇ ପାରିବେ ।

ଗଣେଶ କୁବେର ମନ୍ତ୍ର

ଓମ ନମଃ ଗଣପତୟେ କୁବେର ୟେକାଦ୍ରିକୋ ଫଟ ସ୍ଵାହା ”। ଏହାକୁ ଗଣେଶ କୁବେର ମନ୍ତ୍ର କୁହଯାଏ । ଏହାକୁ ଜପ କରିବା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ । ଧନର ଅଭାବ ହୋଇ ନଥାଏ, ଦୁଃଖ ଦୂର ହୁଏ ଓ ଭାଗ୍ୟ ସାଥ ଦେଇଥାଏ । ଏହି ମନ୍ତ୍ରକୁ ସର୍ବଦା ଗଣେଶ ପ୍ରଭୁଙ୍କ ଆରତି ପରେ ବୋଲିବା ଦରକାର । ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ହେବ ଓ ଏହା ଆପଣଙ୍କ ପାଇଁ ପଇସା ରୋଜଗାର କରିବାର ନୂଆ ବାଟ ବାହାର କରିଥାଏ । ଆପଣ ଯଦି ଚାହିଁବେ ତାହେଲେ ବୁଧ ବାର ଦିନ ଗଣେଶଙ୍କ ନାଁ ରେ ବ୍ରତ ରଖି ପାରିବେ । ଯେଉଁ ଦିନ ଏହି ମନ୍ତ୍ର ପାଠ କରିବେ ସେଦିନ ଆପଣ ମାଂସ, ମାଦକଦ୍ରବ୍ଯ ଓ ଅନ୍ୟ କୌଣସି ନିଶା ରୁ ନିବୃତ ରହିବେ।

ତାହାଲେ ଏହି ୩ ଟି ଥିଲା ଗଣେଶ ପ୍ରଭୁଙ୍କ ଶକ୍ତିଶାଳୀ ମନ୍ତ୍ର, ଆଶା କରୁଛୁ କି ଆପଣଙ୍କୁ ଏଗୁଡ଼ିକ ନିଶ୍ଚିତ ଭଲ ଲାଗିଥିବ । ଏହି ମନ୍ତ୍ର ଜପ କରି ଗଣେଶଙ୍କ ପୂଜା କରି ଓ ମୋଦକ ଭୋଗ ଲଗାଇ, ଦାନ ଧର୍ମ କରି ଏବଂ ଶ୍ରଦ୍ଧା ସହକାରେ ଗଣପତି ବପାଙ୍କୁ ମନେ ପକାଇଲେ ବହୁତ ଲାଭ ମିଳିଥାଏ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!