ସେଦିନ ତୁମ ପାଇଁ



ସେଦିନ ନିସ୍ତବ୍ଧ ରଜନୀରେ

ଝିପିଝିପି ବରଷାରେ

ଶୁନ୍ ଶାନ୍ ସହରରେ

ତୁମେ ଥିଲ ମୋ ସାଥିରେ ।

ସେ ରାତି ଭୁଲିହୁଏନା

ସେ ସ୍ବପ୍ନ ଭୂଲିହୁଏନା

ତୁମ ସ୍ପର୍ଶ ଭୂଲିହୁଏନା

ତୁମ କଥା ଭୂଲିହୁଏନା ।

ସେଦିନ ରାତିର କଥା ଯେତେ

ଆଜି ବି ରଖିଛି ମନ

ଭୂଲି ହୂଏନା,ଭୂଲିହୂଏନା

ତୁମ ଓଠର ପ୍ରଥମ ଚୁମ୍ବନ ।

ସବୁ ଅଛି ଆଜି ବି ସ୍ମରଣ

ମନ ହୂଏ ଛନଛନ

ଏବେ ବି ଲାଗୂଛି ନୂତନ

ତୁମେ ପରା ମୋ ଜୀବନ ।

ହେ ପ୍ରିୟତମ,ହେ ପ୍ରିୟତମ

ତୁମେ ମୋର ,ମୁଁ ତୁମର

ଏ ମନ,ଶରୀର ସବୂ ତ ତୁମର

କେବଳ ତୁମର ଆଉ ତୁମେ ମୋର ॥

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!