କରିବା ପଣ



କହିବି ଆଜି ହୋଇଲେ ରାଜି

ଅମୂଲ୍ୟ କଥାଟିଏ

ମରମ ବୁଝି ମନରେ ହେଜି

ପାଇବ ଶିକ୍ଷାଟିଏ ।

ବୋଉ ହାତର ତରକାରୀର

ସୁଆଦ ଭାରି ଭଲ

ସଠିକ ମାତ୍ରା ମସଲା କଥା

ହୁଏନି କେବେ ଭୁଲ ।

ମସଲା ବିନା ଭଲ ହୁଏନା

ବୋଉର ତରକାରୀ

ସୁଆଦ ବିନା କେବେ ରୁଚେନା

ମନଟା ଯାଏ ମରି ।

ଆମ ଜୀବନ ସ୍ୱାଦ ସମାନ

କହୁଛି ପିଲେ ଶୁଣ

ସବୁ ପ୍ରକାର ଗୁଣେ ମଧୁର

ହୋଇବ ନିଶ୍ଚେ ଜାଣ ।

କରିବା ପଣ ଯେତେ ସୁଗୁଣ

ଆଦରି ନେବା ପାଇଁ

ପାଳିବା ଧର୍ମ କରିବା କର୍ମ

ହେଳା କରିବା ନାହିଁ ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!