ବର୍ଷା ର ଛିଟା

 

ଝରା ଶ୍ରାବଣର ବର୍ଷା ଠାରୁ
ବେଶୀ ମିଠା

ଏଇ ଝିପିଝିପି ବର୍ଷାର ଛିଟା ।

କଥାଠୁ ବେଶୀ ମନଛୁଆଁ
ତମ ହାତ ଲେଖା

ସେଇ ସବୁ ପ୍ରେମ କବିତା ।

ମିଳନ ଠାରୁ
ବେଶୀ ସୁନ୍ଦରତା

ତମ ମୋ ଭିତରର ଦୂରତା ।

ପ୍ରେମ ଠାରୁ
ଢେର ମଧୁରତା

ତମ ସହ ନିବିଡ ବନ୍ଧୁତା ।

ଫୁଲ ଠାରୁ
ବେଶ୍ ମନ ଲୋଭା

ତମ ମୁଖ ମଣ୍ତଳର ଶୋଭା ।

ସେଥିପାଇଁ ତ କହେ
ତମ ରୂପ ସୌନ୍ଦର୍ଯ୍ୟର ଆଗେ
କୋଣାର୍କର ଭାସ୍କର୍ଯ୍ୟ ବି

ଫିକା ଫିକା ଲାଗେ ।

ଏମିତିରେ ସବୁଠାରୁ ବେଶୀ
ମସଗୁଲ୍ ହୁଏ ତମକୁ ନେଇ
ମୋ ମନ ଭିତରେ
ଅହରହ ଆସୁଥିବା
ସେଇ ସବୁ ଅବାଧ କଳ୍ପନା
ଆଉ ପାହାନ୍ତିଆ ପ୍ରହରର
ଗାଢ ନିଦ୍ରାରେ ଦେଖୁଥିବା

ଅବୈଧ ସ୍ୱପ୍ନ ମାନଙ୍କ ସହିତ ।

ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!