ଦୁଃଖ ମନେ ନାହିଁ କିଛି


 ଗରିବ ହେଲେ ବି ଦୁଃଖ ନାହିଁ ମୋର  


      ଖୁସି ତ ପାଖରେ ଅଛି

ଛାତ ଘର ଗୋଟେ ନଥିଲେ ବି ପାଖେ

      ଆକାଶ ଛାତଟି ଅଛି

ପଲାଉ ମାଉଁସ ନଥିଲେ ନଥାଉ

      ଯାଉ ପେଜ ପାଣି ଅଛି

ଗାଡି ଘୋଡା ମୋର ପାଖେ ନାହିଁ ସିନା

      ଦୁଇ ଗୋଡ଼ ମୋର ଅଛି

ଧନୀ ନୁହେଁ ବୋଲି ଦୁଃଖ ନାହିଁ ମୋର

       ଗରିବରେ ଖୁସି ଅଛି

ଆମ ପରିବାରେ ପରସ୍ପର ମଧ୍ୟେ

      ସ୍ନେହ ମମତା ବି ଅଛି,

ଯାହା ଅଛି ପାଖେ ସେତିକିରେ ଖୁସି

      ଲୋଡ଼ା ନାହିଁ ମୋର କିଛି

ଶାନ୍ତିରେ ଶାନ୍ତିରେ ଜୀବନ କଟୁଛି

      ଦୁଃଖ ମନେ ନାହିଁ କିଛି