ପୁନେଇ ଜହ୍ନ

 

ତୋର ମୁହଁ ଟା ପୁନେଇଁ ଜହ୍ନ 

ତୋର ପାଶେ ବନ୍ଧା ମୋର ମନ। 

ତୋ ମୁହଁ ଚକା, ଚକା ଜହ୍ନ 

ତୁ ଉଜ୍ବଳ ପୁନେଇଁ ଜହ୍ନ। 

ତୋତେ ଦିନେ ନ ଦେଖିଲେ ରାଣ

ମୋର କଟେ ନାହିଁ ରାତି, ଦିନ। 

ତୁ ମୋ ହୃଦୟ ପୁନେଇଁ ଜହ୍ନ 

ତୋତେ ରାତିରେ ଦେଖେ ସପନ। 

ତୁ ଆସିବୁ କହ କେଉଁ ଦିନ?

ମନ ଏବେଠୁ ହେଲାଣି ଉଚ୍ଛନ୍ନ। 

ତୋତେ ଦେଇଦେଲି ମୋର ମନ

 ବିକେ ଅବା କିଣେ, ତୁ ଜାଣ। 

ହେଲେ ଶୁଣିଥା ମୋ କଥା ଧନ

ହେବୁନି ଆଉ କାହା ପୁନେଇଁ ଜହ୍ନ।