ମନ


 ଅନାବନା ଅନେକ ଭାବନା


ମନରେ ମୋ ଲଗାମ ନାହିଁ,

ଅଶାନ୍ତ ଏ ନିରୀହ ହୃଦୟ

କିନ୍ତୁ ଆଜି ଡର ଲାଗେ କାହିଁ ।

ହଁ ମନ ଗୋଟେ ଉଡା ଚଢେଇ

ଉଡିବାର ଠିକଣା ବି ନାହିଁ,

କିନ୍ତୁ ଉଡି ଉଡି ଆଜି ସେ କ୍ଲାନ୍ତ

ଏ ନୀରବତା ବୋଧେ ସେଥିପାଇଁ ।

ଉଡିଥିବା ପଥର ଦୂରତାକୁ

କେବେ କେହି ମାପିନାହିଁ,

ଅନେକ ଦୁଃଖ ଆଉ ଯାତନା

କିଏ ଅବା ଜାଣିଅଛି କାହିଁ ।

ଏତେ ସବୁ ପରେ ବି ଏ ମନର

ସାହସ ଦେଖି,

ଆଜି ମୁଁ ନିଶ୍ଚିତ ଯେ

ଉଡିବାକୁ ବହୁ ଦୂର ଅଛି l

ମାନିବାକୁ ପଡିବ ମୋତେ

ଆଉ ମୋର ସରଳ ମନକୁ,

ଏ ହୃଦୟ ଆଜି ବି ବିଚଳିତ

ହେଲେ ପଚାରିବି ଅବା କାହାକୁ

ଅନାବନା ଅନେକ ଭାବନା ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!