ଜୀବନ ର ଉଠାଣି ଗଡା଼ଣି ପଥରେ
କେବେ ପଡେ କେବେ ଉଠେ
କେବେ ଅଣ୍ଟା ଭାଙ୍ଗି ଯାଏ ପୁଣି
କେବେ ଅଣ୍ଟା ସଳଖି ଛିଡା ହେବାର
ପ୍ରୟାସ କରୁ କରୁ ଜୀବନ ର ସମୟ
ଅତିବାହିତ ହୋଇଯାଇଛି ଆଜି
ଝଡ ପରେ ଥମି ଯାଇଛି ପବନର ସ୍ରୋତ
ଶେଷରେ ଜୀବନଟା ଆଜି
ଲାଗୁଛି ଶୂନଶାନ ଶବ୍ଦ ହୀନ
ଚାଲି ଚାଲି ଥକିପଡ଼ିଥିବା ପଥିକ ମୁଁ
ହାରିବା ଶିଖିନି ଜୀବନ ରେ
ଆହୁରି ଆଗକୁ ଯିବାକୁ ପଡିବ
ବଂଚିବା ଯାଏ ଚାଲୁଥିବି
ଶେଷ ନିଷ୍ପତ୍ତି ମୋର
ଜୀବନ ଥିବା ଯାଏ ଶେଷ ନିଶ୍ୱାସ
ଚାଲୁ ଥିବା ପର୍ଯ୍ୟନ୍ତ ଶରୀରରେ
କର୍ମ କରି ଚାଲିଥିବି
ମୁଦିବା ଆଗରୁ ଆଖି
ମୋ ସଫଳତା ମୁଁ ନିଶ୍ଚୟ
ଲାଭ କରିବାରେ ସମର୍ଥ ହେବି
ଏହା ନିସନ୍ଦେହ ¡¡