ଅଜଣାତେ କେବେ ମନ ଆକାଶରେ
ସାଜିଲା ପୁନେଇ ଜହ୍ନ
ଚିରଦିନ ପାଇ ରହିଗଲ ତୁମେ
ପାଲଟି ସ୍ମୃତିର ଚିନ୍ହ ।
ଆସିଯାଉ କେବେ ସ୍ୱପ୍ନ ସବାରୀରେ
ନିଦ ମୋର ଭାଙ୍ଗିବାକୁ
ସ୍ମୃତିର ସହରେ ଛାଡି ଦେଇଯାଉ
ରାତି ରାତି ଜଳିବାକୁ ।
ଭାବନାର ଦୋଳି ଦୋଳାୟିତ ହୁଏ
ତୁମ କଥା ଭାବି ଭାବି
ପଲକ କାଗଜ ଆଙ୍କୁଥାଏ ବସି
ତୁମରି ଅଭୁଲା ଛବି ।
ପ୍ରେମ ଦରିଆରେ ନାଉରି ସାଜିଛି
ତୁମକୁ ପାଇବ ପାଇଁ
କଳ୍ପନା ଜୁଆର ଉତ୍ଥାନ ପତନେ
ପାରେନା ତୁମକୁ ଛୁଇଁ ।
ମରୁଭୂମି ହୁଏ ହୃଦୟ ସହର
ତୁମ ବିହୁନରେ ପ୍ରିୟା
ସ୍ମଶାନରେ ଜଳେ ସ୍ମୃତି ବହ୍ନି ହୋଇ
ସନ୍ଦେହୀ ମନର ଧୂଆଁ ।