ପ୍ରେମ ହିଁ ଜୀବନ

 

ପ୍ରେମ ଏକ ଅତୀତର ମଧୁମୟ ସ୍ମୃତି

ମନ ସିନ୍ଦୁକରେ କିଏ ରଖିଛି ସାଇତି (1)



ପ୍ରେମ ଏକ ଆଗ୍ନେୟର ତପ୍ତ ଉଦଗୀରଣ

କାହା ପାଇଁ ମନୋରମ କା ପାଇଁ ଦାରୁଣ (2)



ପ୍ରେମ ବସନ୍ତର ବାସ ସଦ୍ୟ କୁସୁମରେ

ପ୍ରେମ କୋଇଲିର ସ୍ୱର ମଧୁର କଣ୍ଠରେ (3)



ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା

ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା (4)



ପ୍ରେମ ସୁବର୍ଣ୍ଣର ରଙ୍ଗ ଉତପ୍ତ ଅଗ୍ନିରେ

ପ୍ରେମ ମନୋରମ ଆଭା ମଣିମାଣିକ୍ୟରେ (5)



ପ୍ରେମ ନୁହେଁ ପାଗଳର ଉଦ୍ଭଟ ପ୍ରଳାପ

ପ୍ରେମ ନୁହେଁ କଳଙ୍କିତ ପ୍ରାଣର ବିଳାପ (6)



ପ୍ରେମ ଦରବାରେ ସର୍ବେ ଭିକାରୀ ସମାନ

କାହା ଭାଗ୍ୟେ ମରିଚୀକା କାହିଁ ମରୁଦ୍ୟାନ (7)



ପ୍ରେମ ଈଶ୍ୱରଙ୍କ ଏକ ଅନବଦ୍ୟ ଦାନ

ଯା ପାତ୍ରେ ପଡିଲା ହୁଏ ତା ଜୀବନ ଧନ୍ୟ (8)