ଆକାଂକ୍ଷା


 ଚିରସ୍ଥାୟୀ  ଦୁନିଆଁ ରେ କ୍ଷଣ ସ୍ଥାୟୀ ଶରୀର

ମିଛ ମାୟା ମୋହେ ବାନ୍ଧି ସବୁ କହେ ମୋର


ଶେଫାଳି ଫୁଲଟି ପରି କ୍ଷୁଦ୍ର ଏହି ଜୀବନ
ଚତୁର୍ଦ୍ଦିଗ ଅନ୍ଧକାର ବୁଜି ଦେଲେ ନୟନ

ତଥାପି ମଉଳି ନାହିଁ ଆଶାର ପ୍ରଦୀପ
ଏ ଜୀବନ ଲାଗିଥାଉ ପର ହିତେ ସତତ

ଯଦି କେହି ଉପକୃତ ହୁଏ ମୋର କାର୍ଯ୍ୟରେ
ମୋ ଜୀବନ ଚରିତାର୍ଥ ଭାବିବି ମନରେ

ଡର ନାହିଁ ମରିବାକୁ ମୋହରି ଜୀବନେ
ଆକାଂକ୍ଷା ମୋ ଖୁସି ଦେବି ସବୁରି ଜୀବନେ

ଶେଷ ନିଶ୍ବାସର ମୁହିଁ ଅପେକ୍ଷାରେ ରହିଲି
ସ୍ବଜନ ମାୟା ମୋହ ବନ୍ଧନ କାଟିଲି

ସତ୍ୟ ଜନ୍ମ ସତ୍ୟ ମୃତ୍ୟୁ ଲୁହ ଗଡିବନି
ଲୁହ ଗଡାଇ ନୟନୁ ମୋତେ ଛୋଟ କରିବନି