ଜୀବନ

 

ବୁଝି ହୁଏନା ସବୁଥାଇ ବଞ୍ଚିବାକୁ ଇଚ୍ଛା ହୁଏନା |୦|

ଆଖି ଥାଇ ବେଳେ ବେଳେ ସ୍ବପ୍ନ ମିଳେନା
ପାଦଥାଇ ଚାଲିବାକୁ ପଥ ମିଳେନା
ବେଳେ ବେଳେ ଦୁଃଖ ଆସେ ସହି ହୁଏନା
ମନକଥା କାହା ଆଗେ କହି ହୁଏନା
ଅଭିମାନ ଆସେ ମନେ ଅଭିଯୋଗ କରି ହୁଏନା… |୧|

ମନ ଖୋଜେ ମନ ପାଇଁ ଏମିତି ସାଥୀ
ବୁଝୁଥିବ ଦୁଃଖ ସୁଖ ସେନେହ ପ୍ରୀତି
ଜୀବନରେ ସାଥୀ ମିଳେ ପ୍ରୀତି ମିଳେନା
ସୁଖ ଟିକେ ଖୋଜୁ ଖୋଜୁ ମିଳେ ଯନ୍ତ୍ରଣା
ପ୍ରତିବାଦ ଆସେ ମନେ ପ୍ରତିଶୋଧ ନେଇ ହୁଏନା… |୨|

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!