
ଜୋଛନା ଗୋ ! ତୁମେ ଲୁଚନା,
ନୀଳ ଆକାଶର ନୀଳ ମେଘ ତଳେ ଲୁଚନା !
ଓହ୍ଲାଇ ଆସଗୋ ଏ ଉତ୍କଳ ଭୂମେ ଝରାଇ ସୁଷମା ବନ୍ୟା,
ଉତ୍ତୁଙ୍ଗ ଶିଖରୀ ତୁମରି ପରଶେ ହସିଉଠି ହେଉ ଧନ୍ୟା !
ଛୁଇଁ ଯାଉ ତୁମ କାଉଁରୀ ଝଲକ କୁଞ୍ଜ କାନନ କନ୍ୟା,
ସଜାଇ ଦିଅଗୋ ତୁମରି ହସ୍ତେ ରୂପସୀ ଉତ୍କଳ ମାନ୍ୟା !
ମରାଳ ମାଳିନୀ ଚିଲିକା ବୁକୁ ଗୋଛାଡ଼ି ତୁମେ ଚାଲି ଯାଅନା,
ଖୁସି ହେଉଥାଉ ଓଡ଼ିଆ ପୁଅ ଗୋହେଜି କବିର କଳ୍ପନା !
ନୀଳ ଚିକୁରା ମହାନଦୀ ଜଳେ ଖେଳ ଖେଳୁଥାଅ ଜୋଛନା,
କବି ମାୟାଧର ଗାଥାର ଭୋଳେ ମନଭରି ତୁମ କାମନା !
ବାଷ୍ପୀୟ ଶକଟ ଧାର ତୋ ପରଶେ ହସାଅ ନ କରି ଛଳନା,
ଗବାକ୍ଷ ଫାଙ୍କରେ ଦେଖୁ ଓଡ଼ିଆ ଗୋଉତ୍କଳ-ମଣିର ଚେତନା !