ତୁମ ଗାଁ


 ମୋ ଗାଁର ଯେତେ ମଧୁମକ୍ଷୀଙ୍କର

ସରାଗ ସେଥିରେ ଭରା !

ସଂଜ ଗଲେ ନଇଁ ତୁମ ଗାଁ କଇଁ
ଆମ ଗାଁ ଚାନ୍ଦକୁ ଦେଖେ,
ଆମ ଗାଁ ଚାନ୍ଦ ଭୁଲି ଅପବାଦ
ଉଏଁ ତୁମ ଗାଁ ପାଖେ !

ତୁମ ଗାଁ ଲଳନା କାଖରେ କଳସ
ଅଳସ ଭାଙ୍ଗଇ ଗରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା !

ତୁମ ଗାଁ ମୟୁରୀ ଅଭିମାନୀ ଭାରି
ଦେଖି ଆମ ଗାଁ ମେଘ,
ଆମ ଗାଁ ମେଘ ବାଟ ଭୁଲି,
ତୁମଗାଆଁରେ ବରଷେ ଆଗ !

ମୋ ଗାଁର ଯେତେ ପ୍ରଜାପତି ଆଉ
ହାତେ ନ ଦିଅନ୍ତି ଧରା,
ତୁମ ନଈ ପଠା ସୋରିଷ କିଆରୀ
ପଉଷ ସକାଳ ଖରା !

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!