ମୁଁ ଆଉ ତୁମେ


 ମଉଳା ଚନ୍ଦ୍ରଲେଖା

ତମେ କାକର ପଖଳା ସୌମ୍ୟ ସକାଳ
ସୂର୍ଯ୍ୟ କିରଣ ମଖା |୦|

ତମେ ସ୍ବପ୍ନ ବିଭୋର ପ୍ରଥମ ପ୍ରଣୟ
ଖିଆଲି ମନର ନିଶା
ମୁଁ ଯେ ଝରା ଶେଫାଳିର ଉଜୁଡ଼ା ଅତୀତ
ଦହନର ପରିଭାଷା
ତମେ ସମ୍ଭାବନାର ଆଲୋକଧାରା,
ମୁଁ ମୁଦ୍ରିତ ଦୀପଶିଖା… |୧|

ତମେ ପ୍ରୀତି-ପିଆଲାର ସଜ ଅନୁଭୂତି
ଜିଇଁବାର ମିଠା ଲୋଭ
ମୁଁ ଯେ ତଳ ବରଡ଼ାର ହାହାକାର ଭରା
ଅନ୍ତିମ ଅନୁଭବ
ତମେ ଫଗୁଣ ବନର ସବୁଜ ମାୟା,
ମୁଁ ଝରା ପତ୍ରର ଶାଖା… |୨|

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!