ମୋ ପାପ ପୁଣ୍ୟର ହିସାବ କରିବ
ଏମିତି ବା କିଏ କାହିଁ
ମୋତେ ତ ଏ ଯାଏ ଭଲ ଭାବେ କେହି
ମନ ଦେଇ ଚିହ୍ନି ନାହିଁ
ଶୋଷ ବେଳେ ବାଛ ବିଚାର ନ ମାନି
ପିଇଛି ମୁଁ ନଈ ପୋଖରୀର ପାଣି
ଛାଇ ଖୋଜି ଯାହା ଥକା ମେଣ୍ଟାଇଛି
ତରୁ ତଳ ପାନ୍ଥଶାଳା ନାହିଁ ବାଛି
ଜୀଇଁବା ନେଇଛି ଜୀବନରେ ବାଛି
ଆପଣାକୁ ବୋଧ ଦେଇ
ମୋତେ ପଚାରିବା ନାହିଁ କିଛି ମାନେ
ଆସିଛି କି କେହି ରାତିର ସପନେ
ମୁଁ ତ ଏ ଯାଏ ରାତିକୁ ଚିହ୍ନିନି
ନିଦ ତ ମୋ ଲାଗି ସଦା ସଉତୁଣୀ
ନିତି ସଧବାର ଶଙ୍ଖା ମୁଁ ପିନ୍ଧୁଛି
କୋକେଇରେ ଶୋଇ ଶୋଇ