ଜନ୍ମ ହୋଇ କି ଲାଭ ସେହି ସନ୍ତାନ
ଯିଏ ବର୍ଦ୍ଧକ୍ୟରେ ନେଇନଥାଏ ବାପର ଟିକେ ଯାତନ ।
ହାକିମ ହୋଇକି ତୁ କାହା ଦୁଃଖ ନୀବାରିବୁ
ଯଦି ବାପ କଥା ତୁ ଆଗ ନବୁଝିବୁ।
ବିଛଣାରେ ପଡି ବାପ ମରି ମରି ବଞ୍ଚେ
ପୁଅ ସେଠି ଅଚିନ୍ତାରେ, ରାଜଉଆସରେ ବସେ।
ଚାଲିବାକୁ ଟିକେ ବାଟ,ଲୋଡ଼େ ତୋର ହାତ
କେମିତି ଅଧମ ପୁତ୍ର, ଧରୁଛୁ ତୁ ହାତ ?
ଭୂଲିଲୁ କିପରି ତୋ ବାଲ୍ୟ କାଳ
ତତେ ଗଢିବାକୁ ତାର ବିତିଛି କେତେ କାଳ ?
ନେଇଥିଲା ତୋର କେତେ ଯତନ ।
ସହିଥିଲା ତୋ ଦୁଷ୍ଟାମି, କେତେ ଅଝଟାମି ।
ଦେହ ଆଉଁସିବାକୁ ପାଖେ କେହି ନାହିଁ
ପାଣି ଟୋପେ ପିଇବାକୁ ସାମର୍ଥ୍ୟ ନାହିଁ,
ଡାକରା ଅପେକ୍ଷାରେ ଆରପାରିରୁ
ଉଦ୍ଧାର କର ପ୍ରଭୁ ଏ ବସୁଧାରୁ।