ମୋ ଦୁଃଖୀ ଧନ


 ମୋ ଦୁଃଖି ଧନ ତୁମୋ ହୃଦ ଚନ୍ଦନ,

ମୋ କୋଳର ଝୁଲଣା ତୁ ମନମୋହନ । ।


 ତୁମୋ କଳା କାଞ୍ଚନ,

ତୁମୋ ବାସଚନ୍ଦନ ।

ଅନ୍ଧାର ଆକାଶେ ପୁନେଇ ଜହ୍ନ ।

ମୋ ଦୁଃଖିଧନ. . . . I୧I


ଦୁଖିନୀ ଦୁଃଖ ପାଶୋରା ଧନ ଗଳାମାଳି,

ଅଭାଗୀ ମାଆ ହୃଦର ପ୍ରେମରଙ୍କ ଥାଳି ।

କାହ୍ନୁ ତୋରି ବିନା, ଏଇ ମନବୁଝେନା

ତୁ ଏକା ମୋ ସାହା ଭରଷା ଜାଣ ।

ମୋ ଦୁଃଖି ଧନ ତୁ ମୋ . . . . I୨I


ଶରୀର ସିନା ମୋର ଅଟେ ହୃଦୟ ତୁହି

ତୁ ଅଟୁ ଦେହ ଅଭାଗିନୀର ମୁଁ ତୋ ଛାଇ ।

ଗାଇ ବାଛୁରୀ ବିନା, ଯେହ୍ନେ ରହି ପାରେନା ।

ମାଆର ମମତା ଖୋଜେ ଯେସନ ।

ମୋ ଦୁଃଖି ଧନ ତୁ ମୋ . . . . I୩I


ତୋ ଭାବଡୋରେ ବନ୍ଧା ଆଜି ମୋର ଜୀବନ,

ତୁହି ସପନ ତୁ ଜୀବନ ତୁମୋ ସ୍ପନ୍ଦନ ।

ତୁମୋ ସୁଖଦୁଃଖ, ତୁ ମୋ ହୃଦ ପଦକ ।

ମୋ କୋଳେ ସର୍ବଦା ନେବୁ ତୁ ଜନ୍ମ ।

ମୋ ଦୁଃଖି ଧନ ତୁମୋ. . . . I୪I

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!