ଏଇମିତି କେତେକାଳ ଆଉ ବିତିବ ସଜନୀ
ରାତି ଯାଇ ଦିନ ଆସୁଥିବ, ପୁଣି ରାତି
ଗ୍ରୀଷ୍ମ ପରେ ବର୍ଷା, ପରେ ଶୀତ
ପୁଣି ଗ୍ରୀଷ୍ମ, ପରେ ପରେ
ସବୁ ଖାଲି ଗତାନୁଗତିକ
ନିରାନନ୍ଦ ଜୀବନ କାହାଣୀ ।
ଆମେ ଖାଲି ବଞ୍ଚୁଥିବା
ଦିନରେ ଦିନରେ, ବର୍ଷ ବର୍ଷ
ଶୁଭ୍ର କେଶ, ଲୋଳିତ ଚର୍ମରେ
ଯଷ୍ଟି ଆଉ ସାହାରା ପର୍ଯ୍ୟନ୍ତ ।
କଣ ପାଇଁ ଆସେ ଜୀବନରେ
ଋତୁସବୁ ଥରେ ମାତ୍ର,
ବଦଳେନି ସମୟ କାହିଁକି ଏଠି ଚକ୍ରପରି
କୈଶୋର, ଯୌବନ ପରେ ବୃଦ୍ଧାବସ୍ଥା
ପରେ ପୁଣି କୈଶୋର ଆସେନି କାହିଁକି କହ
କାହିଁକି ଅଟକେ ଘଣ୍ଟା ଏଠି, ଜୀବନର ।
ମୁଁ ତୋତେ ଆଉଥରେ,
ଅନ୍ତତଃ ଆଉଥରେ
ଜିଇଁବାକୁ ଚାହେଁ ଏଠି ଋତୁରେ ଋତୁରେ
ବଦଳେଇ ବଦଳେଇ
ମୋ କାୟା ଓ କଳ୍ପନା
ଏଇ ଜୀବନରେ ।