ଭାରତ ଆମରି ମା

ଏଇ ମାଟିରେ ଜନମ ମୋର

ଏଇ ତ ଆମରି ଗାଁ ,

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ଭାରତ ଆମରି ମା’ ।

ଜନମି ଥିଲେ କେତେ ବୀର ଏଠି

ଲଢି ଲହୁ ଲୁହ ଢାଳି ,

ଦେଶର ଜାତିର ଟେକ ପାଇଁ ସିଏ

ଜୀବନକୁ ଦେଲେ ଜାଳି ।

ପୂରୁବ କଥା ତ ମନେପଡ଼େ ଆଜି

ବହଇ ଲୋତକ ଧାରା ,

ଧନ୍ୟ ଏହି ମାଟି , ଧନ୍ୟ ତା’ ସନ୍ତାନ

ପବିତ୍ର ଗଙ୍ଗାର ଧାରା ।

ଆମେରେ ତାହାରି ସନ୍ତାନ

ରଖିବା ତାହାରି ନାଁ ,

ଏଇତ ଆମରି ଗାଁରେ

ଭାରତ ଆମରି ମା’ ।

 

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!