ମା ପରି କିଏ ହେବ


 ମା ପରି କିଏ ହେବ

ମା ଅର୍ଥ ମାଟି ଆଉ ଆକାଶ
ସୁଦୂର ପ୍ରସାରି ସିଏ,
କିଏ ସେ ମାପିବ ସେ ହୃଦ ମମତା
ଅସରନ୍ତି ପରା ସିଏ |
କେତେ ପୂଜାର୍ଚ୍ଚନା କେତେ ମାନସିକ
ସନ୍ତାନଟିଏ ପାଇଁ,
ଦଶ ମାସର ସେ ଗର୍ଭ ଯନ୍ତ୍ରଣାକୁ
ହସି ହସି ଯାଏ ସହି |
ଧାରଣ ପାଳନ ପୋଷଣ ଦେଇ ସେ
ଛୋଟରୁ କରଇ ବଡ,
ଅନ୍ତର ଭରା ବାତ୍ସଲ୍ୟ ମମତା
କିଏ ଦେବ ତାର ମୂଲ |
ବିଶ୍ୱ ନିୟନ୍ତାଙ୍କ ଚରଣାର ବିନ୍ଦେ
ସଞ୍ଜ ସଳିତା ଜାଳି,
ଲଭୁ ତା ସନ୍ତାନ ଯଶ ଓ ବିଭବ
ଏତିକି କରଇ ଅଳି |
ଲୋଡ଼େ ନା ସେ ଅର୍ଥ ଚାହେଁନା ସେ ସ୍ୱାର୍ଥ
ତ୍ୟାଗ ଅଟେ ତା ମହାନ,
କିଏ ସେ ବିନ୍ଧାଣି ଗଢ଼ିଛି ତାହାକୁ
ଧନ୍ୟ ତାହାର ଭିଆଣ |
ନିଖିଳ ପାବନୀ ବିଶ୍ୱ ପ୍ରସବିନୀ
ମା ର ବନ୍ଦନା ପାଇଁ,
ଆସରେ ସର୍ବେ କରିବା ତା ପୂଜା
ତାର ଶ୍ରୀ ଚରଣେ ଯାଇ |
ମା' ର ଆଶିଷ ଆମ ଚଲା ପଥେ
ସର୍ବଦା ସହାୟ ହବ,
ଲୋଡ଼ା ନାହିଁ ଧନ ଯଶ ଓ ବିଭବ
ମା ପରି କିଏ ହବ |

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!