ଶେଷ ପ୍ରେମିକା

ଶେଷ ପ୍ରେମିକା


 ତୁ ଗଲାପରେ ଆଗୋ ପ୍ରିୟତମା 

ବସନ୍ତ ଯାଇଛି ମଉଳି ,

ଫଗୁଣର ରଙ୍ଗ ଫିକା ଫିକା ଲାଗେ 

ଜହ୍ନ ତ ପଡିଛି ଝାଉଁଳି

ଶୀତ ସକାଳର ଦର ଓଦା ଘାସ 

ପାରୁନି ଟିକିଏ ହସି ,

ସଜ ଗୋଲାପର ଯନ୍ତ୍ରଣା ଏତେ ଯେ 

ସେ ବି ଦିଶୁଛି ବାସି

ତତେ ଯେବେ କିଛି ମାଗିନି 

ଇସାରାରେ ଅଜାଡି ଦେଇଛୁ 

ଆଜି ଯେବେ ହାତ ପାତୁଛି

 ସତରେ କାହିଁ ଛାଡି ଯାଇଛୁ

ଫେରିବୁନି କହି ଚାଲିଯାଇଛୁ ଯେ 

ତଥାପି କରିଛି ଅପେକ୍ଷା ,

ସ୍ମୃତି ଲିଭୁନାହିଁ ଆଖିର ଲୁହରେ

 ଆଗୋ ମୋ ଶେଷ ପ୍ରେମିକା

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!