ନନ୍ଦବଳା

ନନ୍ଦବଳା

 ଆଗମନି ତିଥି    ଜନ୍ମାଷ୍ଟମୀ ଆଜି

     ଯାଇନ ତୁମେଏ ଧରା ରୁ

ଦାରୁବ୍ରହ୍ମ ହୋଇ    ପୂଜା ପାଉଅଛ

     ଦେଖୁଛି ମୁଁ ସିଂହ ଦୁଆରୁ ।।

ଦ୍ଵାପର ର ଅନ୍ତେ    ଆସିଛ ସାଆନ୍ତେ

     ନୀଳାଚଳେ  ତୁମ ଖବର

ପ୍ରେମର ବିଗ୍ରହ       ଜନ୍ମାଏ  ଆଗ୍ରହ

     ଅନିର୍ବଚନୀୟ ଭାବ ର ।।

ତୁମେ ନନ୍ଦବଳା    ପୂର୍ଣ୍ଣ ଷୋ'ଳ କଳା

      ଲୀଳାମୟ  ପ୍ରିୟ ଠାକୁର

କଳା କାହ୍ନୁ ଥିଲ     ଜଗନ୍ନାଥ  ହେଲ

      ଭେଦ ଖାଲି ଏ ତ ମନର ।।    

        ✍️©® ଅକ୍ଷୟ ସାହୁ