ମୁଁ ବି ନାରୀଟିଏ

 

ମୁଁ ବି ନାରୀଟିଏ

      ମୁଁ ବି ନାରୀଟିଏ 
କେତେବେଳେ କନ୍ୟା, ଜାୟା, ଭଗିନୀ 
ତ ଆଉ କେତେବେଳେ ଜନନୀ
ଗୋଟେ ଜୀବନରେ ଏହିପରି 
ମୋର ଅନେକ ଚରିତ୍ରର କାହାଣୀ ।

ପ୍ରତ୍ୟେକ ଚରିତ୍ରକୁ ନିଖୁଣ ରୂପେ 
ସଂପାଦନ କରିବାରେ ବଳାଇଥାଏ ମନ
କିନ୍ତୁ ପଦେ ପଦେ ଏ ପୁରୁଷ ପ୍ରାଧାନ୍ୟ 
ସମାଜରେ କେହି ନ ଚିହ୍ନେ ମୋ ଗୁଣ ।

ମୁଁ ବି ମଣିଷଟିଏ, ଅନେକ ଆଶା ଆକାଂକ୍ଷା 
ନେଇ ଯାଏଁ ଶାଶୁ ଘରକୁ
ଜୀବନର ଅଠର, କୋଡିଏ ବର୍ଷ ଅତିକ୍ରାନ୍ତ 
କରି ଯାଏଁ ନୂଆଁ ଏକ ପରିବେଶକୁ ।

ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା 
କରି ଲାଗିପଡେ ମୋର କାର୍ଯ୍ୟରେ
କିନ୍ତୁ ନିଜେ ନାରୀ ହୋଇ ଶାଶୁ 
ନଣନ୍ଦ ଶୁଣାନ୍ତି କଟୁ ମର୍ଜୀରେ ।

ମୋର ସରଳ, ନିଷ୍କପଟ, ଭୋଳା ହୃଦୟର 
ସୁଯୋଗ ଝାମ୍ପି ନିଅନ୍ତି ସେମାନେ
ମୋ ସ୍ୱାମୀଙ୍କୁ ବି ଚାପ ପକାଇ ଟାଣନ୍ତି 
ନିଜ ପକ୍ଷକୁ ବିଷ ଭରି ତାଙ୍କ ମନେ ।

ସମସ୍ତେ ମିଳିମିଶି ଯୌତୁକ ନିର୍ଯ୍ୟାତନା 
ଦେଇ ନ ପଛାନ୍ତି ଜୀବନ ଜାଳିବାକୁ ମୋର
ଅବା ତାଙ୍କ ଶାସ୍ତି ଆଉ ମିଥ୍ୟା ଅପବାଦ ନ ପାରି 
ସହି ନିଜେ ହାରିଯାଏ ଜୀବନ ସଂଗ୍ରାମର ।

©® ✍ ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!