ବସନ୍ତ

ବସନ୍ତ

 ଆସିଲା ବସନ୍ତ ପହଲି ଫଗୁଣେ
କୋଇଲିର କୁହୁତାନ

କୋଇଲିର ସ୍ୱର ମନ ମତାଣିଆଁ
ପୁଲକତି ତନୁମନ ।

ଶୁରଭିରେ ଭରା ଏ ଧରଣୀ ରାଣୀ
ଅଳିର ମଧୁଗୁଞ୍ଜନ
ମନୋରମ ଦୃଶ୍ୟ ଆଖିଲାଗି ଯାଏ
ଫେରାଇ ହୁଏନି ମନ ।

ଚୂତ ବୃକ୍ଷ ରାଜି ବଉଳେ ଶୋଭିତ
ଚତୁର୍ଦିଗ ମହକାଇ
ଦୋଳ ଦୋଳିରେ ଶ୍ରୀରାଧା ବଲ୍ଲଭ
ଉଲ୍ଲସିତ ହୁଏ ମହି।

ଦୋଳଯାତ ପାଇଁ ପଲ୍ଲୀ ଉଠେ ଚେଇଁ
ସବୁରି ପରାଣେ ହସ
ସୁନୀଳ ଗଗନେ ରବି ଉଠେ ହସି
ଶାନ୍ତ ସ୍ନିଗ୍ଧ ପରିବେଶ ।

ବସନ୍ତର ରାଜା ପୁଷ୍ପକ ବିମାନେ
ସାରଥୀ ସାଜେ ମଳୟ
ଶୋଭାଶ୍ରୀ ମଣ୍ଡିତ ଋତୁରାଜ ଆଜି
ଭାଙ୍ଗିଲା ଶୀତ ବଳୟ ।

ସବୁରି ପରାଣେ ପ୍ରେମ ପ୍ରୀତି ଭରା
ମଧରୁ ମଧୁ ଲଗନ
ରାଜା ଆଗମନେ ତନୁ ମନ ପ୍ରାଣେ
ହୋଇଯାଏ ଆଜି ଧନ୍ୟ ।

©® ✍ ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!