ଆମ ପ୍ରେମ

 

ଆମ ପ୍ରେମ କ'ଣ କେଉଁ ଗଳ୍ପଠୁ କମ୍
ଚାରି ଆଖି ମିଶିଲା
ହୃଦୟରେ ଯନ୍ତ୍ରଣା ହେଲା
ନା ମ ହାର୍ଟ ଆଟାକ୍ ନୁହଁ
ପ୍ରେମ ଦରଜ.....
ଭୁଲିଲେ ଦୁନିଆକୁ,
ସଂସାର ଖାଲି ତୁମେମୟ ହେଲା
ଯେଉଁ ଆଡେ ଚାହିଁଲି ତୁମେ ଦିଶିଲ
ସାଙ୍ଗମାନେ ପାଗଳୀ କହିଲେ
ସାହି ପଡିଶାଙ୍କ ଟାହି ଟାପରା ସହିଲି
ବାପା ବୋଉଙ୍କ ଗାଳି ଖାଇଲି
ତଥାପି ପ୍ରେମ କଲି .........
ଲାଇବ୍ରେରୀ ବହିଆଢୁଆଳରେ
ନଦୀ କୂଳରେ କଲେଜ କ୍ୟାଣ୍ଟିନରେ
ଚର୍ଚ୍ଚା ଜୋର ଧରିଲା
କେଜାଣି କାହା ନଜର ଲାଗିଲା
ଆମେ ହେଇଗଲେ ତୁମେ ଆଉ ମୁଁ
ହେଇଗଲ ଅପରିଚିତ
ଏବେ ହୃଦୟେ ଖାଲି ବିରହ ଗୀତ ଝଙ୍କାର
ଦେଖାଯାଅ ଜହ୍ନରେ
ପ୍ରେମ କର ସ୍ଵପ୍ନରେ
ବହି ଭିତରେ ତୁମ ପ୍ରେମ ଗୋଲାପ
କନ୍ଦାଏ ମତେ
ତୁମେ ବି ଠିକ୍ ମୋ କଷ୍ଟ ପାଉଥିବ
ଚାଲ ଲଢିବା ଦୁନିଆ ସାଥିରେ କହୁଥିବ
ହେଲେ ଲଢିବା କାହା ସାଥିରେ
ଭିଲେନ୍ ତ ଆମ ମିଛ ଅଭିମାନ
ତୁମଠୁ ଦୁରେଇ ଯାହା
ଶୋଇ ଗଲାଣି ମୁହଁ ମାଡି
ତୁମେ ଅଭିମାନର ପଞୁରୀରୁ ମୁକୁଳି
ବଢାଅ ହାତ
ମୁଁ ହାତ ବଢ଼ାଇ ଅଛି ପ୍ରସ୍ତୁତ
ଗାଇବାକୁ ନୂଆ ପ୍ରେମ ଗୀତ
ଚାଲ ପଛ କଥା ଭୁଲିଯିବା
ପୁଣି ଏକ ହୋଇ ହସିବା
ଆମ ପ୍ରେମଗଳ୍ପର ହାପି ଏଣ୍ଡିଙ୍ଗ୍ କରିବା .........।।

©® ✍ ଅକ୍ଷୟ ସାହୁ