ହେ ମୃତ୍ୟୁ

 

ହେ ମୃତ୍ୟୁ !
ଆଜି ଯାଅ, ଆଉ ଦିନେ ଆସିବ,
ମୋ ପ୍ରିୟ ସଙ୍ଗେ ମୋତେ,
ଆଉ କିଛି ଦିନ ରହିବାକୁ ଦିଅ ।
କିଏ ଜାଣିଛି,
ଏ ସମୟ ଆଉ ଆସିବ କି ନାହିଁ,
କେତେ କଥା ବାକି ଅଛି,
କହିବାକୁ ଶୁଣିବାକୁ,
ସ୍ୱପ୍ନ କେତେ ବାକି ଅଛି,
ସାଥି ହୋଇ ଏକାଠି ଦେଖିବାକୁ,
ପଥ ଥିଲା ଅନେକ ଦୂର,
ସାଥେ ସାଥେ ଚାଲିବାକୁ ।
କିନ୍ତୁ,
କିଏ ଜାଣିଥିଲା, ଏଇମିତି
ଅଧା ବାଟେ ସଙ୍ଗ ତୁଟି ଯିବ ?
ହେ ମୃତ୍ୟୁ ସତେ କେତେ ଯେ ନିଷ୍ଟୁର ତୁମେ,
ବୁଝ ନାହିଁ ଆମ କଥା,
ଆମ ନିବିଡତା, ଆମ ବ୍ୟଥା,
ହେ ମୃତ୍ୟୁ ତୁମେ ଏତେ ଅବୁଝା,
ଅମାନିଆ ହୁଅ ନାହିଁ ଆଉ ।
ହେ ସମୟ ରହି ଯାଅ ଥରେ,
ମୋ ପ୍ରିୟ ଙ୍କୁ ବୁଝାଇ ଦିଏ ଟିକେ,
ତାଙ୍କ ଆଖି ଲୁହ ପୋଛି ବାକୁ
ମୋ ପଣତ ତ ଥିବ ନାହିଁ ଆଉ,
ତେଣୁ, ଲୁହ ନ ଝରେଇବାକୁ
ତାଙ୍କ ଆଖି କୁ ବୁଝେଇ ଦେବି,
ମୋ ଉପରେ ଅଭିମାନ କରିବେନି କେବେ ।
ମୋତେ ତ ଯିବା କୁ ହେବ,
ସଙ୍ଗ ଥିଲା ଏତିକି ସମୟ,
କିଛି ପ୍ରିତି, କିଛି ସ୍ମୃତି ଦେଇ ଦେବି
ପ୍ରିୟତମ ଙ୍କୁ ମୋର,
ଆଉ ଦିନେ ଆସିବ ହେ ମୃତ୍ୟୁ
ଆଜି ତୁମେ ଖାଲି ହାତ ଯାଅ ।

©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!