ଉପବନେ ଶୁଭେ ପକ୍ଷୀ ଙ୍କ କାକଳି ଭ୍ରମ ହୁଏ ଋତୁରାଜ ଆସିଛି ଫେରି।
ସରିତ ମେଲାଏ ସ୍ବର କଳକଳ ନୀଳ ଜଳରାଶି ମାରେ ନୀଳ ଲହରୀ।।୧।।
ପାଦପେ କୋରକ ଅର୍ଦ୍ଧ ପ୍ରସ୍ଫୁଟିତ ସମୀର ଆଣଇ ବୋହି ସ୍ନିଗ୍ଧ ବାସନା ।
ଧୂମିଳ ଆକାଶ ସ୍ୱଚ୍ଛ ନିରିମଳ ନିଶିକାନ୍ତ ଢାଳିଦିଏ ଶୁଦ୍ଧ ଜୋଛନା ।।୨।।
ହିରକ ବରନ ତାରା ଶୋଭାପାନ୍ତି ସୁବର୍ଣ୍ଣ ସୂରୁଜ ଢାଳେ ସ୍ୱର୍ଣ୍ଣ କିରଣ ।
କାନନେ ବିଟପ ମାଳେ ଖେଳେ ଆଜି ମୁନି ମନ ମନଚୋରା ସବୁଜ ବର୍ଣ୍ଣ ୩।
ଶାନ୍ତ ପରିବେଶ କୋଳାହଳ ଶୂନ୍ୟ ସତେକି ଥକି ପଡ଼ିଛି ଧରଣୀ ରାଣୀ।
ଅନାବିଳ ସ୍ନେହ ଅସରନ୍ତି ପ୍ରେମ ଢାଳିବାକୁ ସୁତେ ତା’ର ସଜ ହେଲାଣି ।।୪।
କରୋନା କରାଳେ ଭୟଭୀତ ଆଜି ଉଦ୍ଦଣ୍ଡ ଉଦ୍ଧତ ଏହି ସଭ୍ୟ ସମାଜ ।
ପ୍ରକୃତି ସୂଚାଏ ନିଜ ବିଶାଳତା ନିଜ ଦୋଷ ପାଇଁ ଦଣ୍ଡ ଭୋଗରେ ଆଜ।।୫।।
ବିବଶ, ବ୍ୟାକୁଳ ବ୍ୟଥିତ , ଚିନ୍ତିତ ନିରୁପାୟ, ନିର ର୍ଥକ ଜ୍ଞାନ ଗାରିମା ।
ହତାସରେ ଉଭା ସବୁ ଜ୍ଞାନ ବୋଧ ବିଜ୍ଞାନି ବିଜ୍ଞାନ ଖାଲି କରେ ତର୍ଜମା ।୬।।
ମଣିଷ ର ସୃଷ୍ଟି କିମ୍ବା ପ୍ରକୃତିର ପାଏନା ନିଷ୍କର୍ଷ ନର ଦୋଷ କାହାର?
ଅନ୍ଧାର ରେ ଯଷ୍ଟି ବୁଲାଇବା ସାର ତୁଚ୍ଛ ଜ୍ଞାନ ଗର୍ବ ଆଜି ବ୍ୟର୍ଥ ମାତ୍ର ।।୭।।
ସବୁ ଜ୍ଞାନ ଉର୍ଦ୍ଧ୍ୱେ ପ୍ରକୃତି ବୈଚିତ୍ର୍ୟ ପରାଜୟ ହୁଏ ଏଠି ସବୁ କଳ୍ପନା ।
ଫେରୁଛି ବସନ୍ତ ଶୀତଳ ସମୀରେ ଉଲ୍ଲସିତ ହେବ ପୁଣି ଗର୍ଭ ହିରଣ୍ୟା ।।୮।।
ମାତ୍ର ସଙ୍ଗରୋଧ ସାମାଜିକ ଦୂର ଶୁଦ୍ଧତାର ଜଳ ମଧ୍ୟେ ହୋଇବା ପୂତ ।
ଶୁଦ୍ଧ ଭୋଜନରେ ଶୁଦ୍ଧ ବସନରେ ପରାହତ ହେବ ନିଶ୍ଚେ କରୋନା ଭୂତ ୯।।
ସମୟ ଗଡୁଛି ସଭ୍ୟତା ବି ଗଡ଼େ ସବୁ ନୂଆଁ ଦିନେ ପୁଣି ହୁଏ ପୁରୁଣା ।
ଇତିହାସ ସାକ୍ଷୀ ସମୟ ସ୍ରୋତରେ ଚାଲିଯିବ ଦିନେ ଏହି ଯମ ଯନ୍ତ୍ରଣା ୧୦।
©®ଅକ୍ଷୟ ସାହୁ