ଆଜିର ଦୁନିଆ କେବଳ ସ୍ୱାର୍ଥପର,
ଟିକିଏ ହସ ଟିକିଏ କାନ୍ଦ ସବୁ ଦୁଃଖର ସହର।।
କେହି ହୋଇ ଯାଏ ଏଠି ନିଜର,
କେହି ହୋଇଯାଏ ପର।।
ଭଲ ଭଳି ଆଉ ନାହିଁ କିଛି ସବୁ ମିଛର ସହର।।
ନିଜ ସ୍ୱାର୍ଥ ପାଇଁ ସଭିଏ ନିଜର,
ମିଳିଗଲା ପରେ କରି ଦେବେ ପର।।
କେମିତି ଏ ଜୀବନ ମଣିଷ ହୋଇ ମଣିଷ ର ନୁହେଁ କେହି।।
ଭୁଲ ବାଟେ ଯିଏ ଯିବ ତାକୁ ମିଳେ ସବୁଠି ଫୁଲ ହାର
କେମିତି ବିଧାତା ପାରୁଛି ସହି।।
ଭାବନ୍ତି ନିଜକୁ ନିଜେ ରାଜା,
କାନ୍ଦି ଉଠେ ଯେବେ ବାଜିଯାଏ ହାରିବାର ବାଜା।।
ଧରମ ବାଟକୁ ଛାଡି ସଭିଏଁ କରନ୍ତି ପାପ,
ବିଧାତା ଜାଣନ୍ତି କାହାର କେତେ ହେଉଛି ପାପ।।
ମୃତ୍ୟୁ ହେଲା ପରେ ଜାଣିବେ ସଭିଏଁ ନିଜର କର୍ମ ଫଳ।।
ସତ୍ୟ ପଥେ ଯିଏ ସର୍ବଦା ଚାଲେ ବାଟ,
ସେହି ବୁଝି ପାରେ ମଣିଷ ଜୀବନ ର ମୁଲ।।
ଦିନ ପରେ ରାତି,ରାତି ପରେ ଦିନ
ଏମିତି ଯୁଗ ଯୁଗ ଯାଉଛି ବିତି।।
ଏ ଆଖିର ଲୁହ କେବେ ସୁଖୀ ପାରେନି।।
ଏ ଜୀବନ କେତେ ଦିନ ପାଇଁ ମିଳିଛି ଜାଣି ହୁଏନି।।
©®ଅକ୍ଷୟ ସାହୁ