ସମର୍ପଣ

 

ଜୀବନଟା ନୁହେଁ କେବଳ ହସଖୁସିର ସଂସାର
ଇଏତ ଅଟେ ଅମୂଲ୍ୟ ବନ୍ଦନର ବ୍ୟବହାର [୧]

ସହିବାକୁ ପଡ଼େ କେତେଜେ ବାଧା ବନ୍ଧନର ସମାଚାର
ତଥାପି ମନରେ ଆସେ ବଞ୍ଚିବାର ହାହାକାର [୨]

ସମାଜରେ ଥାଏ କେତେ ପ୍ରକାରର ଉଦାହରଣ
କିନ୍ତୁ ମନରେ ନଥାଏ ତା’ର ଟିକେ ନିରାକରଣ [୩]

ଚାଲ ଆଜି ଗଢିବା ପୁଣିଥରେ ଆଦର୍ଶର ଜୀବନ
ଯେଉଁଠି ବଞ୍ଚିବାର ଥିବ ପୂନ୍ନନିର୍ବାଣର ସ୍ଥାନ [୪]

ଭୟ ଅଟେ ଜୀବନର ଏକ ଅଭୂଲା ଉପହାର
ଯିଏ ବୁଝିପାରେ ସିଏ ଗଢେ ନିଜଭାଗ୍ୟର ଗାର [୫]

କ୍ଷଣତା ଅଟେ ଏସଂସାରିକ ଜୀବନର ପରମ ସତ୍ୟ
ସେ ସତ୍ୟ ବୁଝିବା ଗଣିତଠୁଁ ବି ବଡ଼ରହସ୍ୟ [୬]

କର ନାହିଁ ପୁଣିଥରେ ସମୟର ଅପଚାର
ସମୟ ତ ନୁହେଁ କାହା ବନ୍ଧନର ବ୍ୟାପାର [୭]

ମନୁଷ୍ୟ ଅଟେ ନିଜଜୀବନର ଏକ ଆଦର୍ଶ ଉଦାହରଣର ସମର୍ପଣ !!!

©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!