ପ୍ରେମ ରସ

 

ଭଲ ଭାବେ ଦେଖ କଳାକାହ୍ନୁ ମୁଖ 
ତା ସହିତ ତାର ମୁରୁକି ହସ 
ସେ ହସ ଭିତରେ ବୋଳି ହୋଇଅଛି
ଅସଲି ପ୍ରେମର ମଧୁର ରସ 
କାହ୍ନୁ ତ ଚିନ୍ତାରେ ରହିଥାଏ ସଦା 
ତା ମୁଣ୍ଡରେ ଯେଣୁ ସଂସାର ବୋଝ 
ତଥାପି ସେ ହସେ ସବୁ ମୁହୂର୍ତ୍ତରେ 
ହସାଇବା ପାଇଁ ଏ କଥା ବୁଝ
ତା ମଧୁର ପ୍ରେମ ଚେତାଇ ଦେଉଛି 
ଅସଲ ଜୀବନ ଅଛି ପ୍ରେମରେ 
ହିଂସା କ୍ରୋଧ ଭୁଲି ପ୍ରେମରେ ଭାସିଲେ 
କି ଆନନ୍ଦ ଆସିଯାନ୍ତା ସତରେ

©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!