ନାରୀ ନୁହେଁ ତୁ ନାରାୟଣୀ

 

ଦୁନିଆର ରଙ୍ଗମହଲ ରେ ନାୟିକା ସେ
କେବେ ଭାର୍ଯ୍ୟା ଭଗିନୀ ତ କେବେ ଜନନୀ ସେ
ଜୀବନ କୁ ଜାଳି ଜାଳି ଖୁସି ବାଣ୍ଟେ ସେ
ତ ପୁଣି ବକ୍ଷରୁ ଅମ୍ବୃତ ଦେଇ ଜୀବନ ଦିଏ ସେ(୧)

ଦୁଃଖରେ ଥାଇ ବି ଖୁସି ବାଣ୍ଟେ ସେ
ରାକ୍ଷାସ କୁ ଦମନ ପାଇ ଦୁର୍ଗା ରୂପ ନିଏ ସେ
ବଧୂ ରୂପରେ ସତେକି ଲଷ୍ମୀ ପ୍ରତିମା ସେ
ତ ପୁଣି ଧରିତ୍ରୀ ହୋଇ ସର୍ବଂସହା ସେ(୨ )


 
ଆଜି ଏ ଦୁନିଆକୁ ତୁ କାଳରାତ୍ରୀ ରୂପ ନେଇ ଆସେ
ନର ରୂପୀ ରାକ୍ଷସଙ୍କୁ ମାରି ଠେଲିଦେ ତାଙ୍କୁ କାଳଗ୍ରାସେ
ଏଦୁନିଆକୁ ବଞ୍ଚା ମା ତୋ କୋମଳ ପରଶେ
ନାରୀରୁପେ ତୁ ନାରାୟଣୀ ହୋଇ ଆସେ(୩ )

ସର୍ବଂସହା ହୋଇ କେତେ ରହିବୁ ଏ ଦୁନିଆ ପାସେ
ବିନାଶକାରିଣୀ ହୋଇ ହସ୍ତେ ଧର ତୁ ଅସି
ଏ ପାପୀମାନଙ୍କ ସଂହାର ପାଇଁ ମା
ନାରୀ ରୂପେ ତୁ ଦଶଭୁଜା ନାରାୟଣୀ ହୋଇ ଆସେ(୪)

©® ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!