ଜାଣି ମୁଁ ନଥିଲି କୋରୋନା ମୋତେ ଯେ
ଏତେ ଭଲ ପାଏ ବୋଲି
ତା କୋଳ କୁ ନେଇ ତା ରୂପ ଦେଖେଇ
ମୃତ୍ୟୁ ମୁଖେ ଦେବ ଠେଲି ।।
ଜାଣି ମୁଁ ନଥିଲି କୋରୋନା ମୋତେ ଯେ
ଏତେ ଭଲ ପାଏ ବୋଲି ।।
କରୋନା ର କୋଳ ଏତେ ଯେ ଯନ୍ତ୍ରଣା
ଦେଖାଇ ଦେଲା ସେ ଆଜି
ଭାବି ମୁଁ ନଥିଲି ଏତେ ଜଲଦି ସେ ଯେ
ଆସିଯିବ କାଳ ସାଜି ।।
ସାରା ଦୁନିଆ କୁ ତା ରୂପ ଦେଖାଇ
କରୁଅଛି ହଲଚଲ
ତା କବଳେ ମୁଁ ଯେ ପଡ଼ିଅଛି ଆଜି
ହେଉଅଛି କଲବଲ ।।
ଏତେ ଧନ ରତ୍ନ ଥାଇ ମୋ ପାଖରେ
ସବୁ ଲାଗେ ଆଜି ତୁଚ୍ଛ
ଗୁହାରି କରୁଛି ପ୍ରଭୁ ମୁଁ ତୁମକୁ
କାଇଁ କଷ୍ଟ ଦେଉଅଛ ।।
ରାଗିଛ କି ପ୍ରଭୁ ତୁମରି ପାଇଁ କି
ସମୟ ମୁଁ ଦେଇନାହିଁ
ଧନ ରତ୍ନ ପଛେ ଗୋଡ଼ାଇ ଗୋଡ଼ାଇ
ତୁମକୁ ମୁଁ ଭୁଲିଯାଇ ।।
ଭାବୁଥିଲି ମୁଁ ଯେ ନିଜକୁ ସର୍ବସ୍ବ
ନିଜକୁ ଯେ ବଳବାନ
କରୋନା ଭୂତାଣୁ ଶିଖାଇ ଦେଲା ଯେ
ପ୍ରଭୁ ଅଟନ୍ତି ମହାନ ।।
କେତେ ଗର୍ବ ଅହଙ୍କାର ରଖି ମୋ ମନ ରେ
ଭାବୁଥାଏ ମୁଁ ସର୍ବସ୍ବ
ସେ ଗର୍ବ ଅହଙ୍କାର ଯେତେ ଦିନ ଥିବ
ଶେଷ ହେଇଯିବ ବିଶ୍ଵ ।।
ନିର୍ଦ୍ଦୟ ହୋଇ ମୁଁ ପଶୁ ପକ୍ଷୀ ମାରୀ
ଖାଉଥିଲି ବହୁ ଖୁସିରେ
ସେହି ସବୁ କଥା ମନେ ପଡେ ଆଜି
କି ପାପ କରିଛି ମୁଁହି ରେ ।।
ଅମାନିଆ ସେହି ବନ୍ଧୁ ଙ୍କୁ କହୁଛି
ବଦଳି ଯାଅ ରେ ସବୁ
ନିୟମ କୁ ଭାଙ୍ଗି ସଂକ୍ରମଣ ଟି କୁ
କେତେ ଆଉ ବଢ଼ାଇବୁ ।।
ଜାଣିଲି ମୁଁ ଆଜି ମୋର ଏ ସଂସାରେ
କିଏ ପର କିଏ ନିଜର
ରୋଗ ଆଜି ମୋତେ ହୋଇଛି ବୋଲି ଯେ
ମାଡନ୍ତି ନାହିଁ କେ ଦ୍ଵାର ।।
ଜୀବନ ର ଶେଷ ଦ୍ଵାର ରେ ଥାଇ ମୁଁ
ଅନୁଭବ କଲି ଆଜି
ଅନ୍ୟ ର ସେବା ରେ ଜୀବନ କୁ ସଭି
ଲଗାଇ ଦିଅ ହେ ବାଜି ।।
ଶରୀର ରେ ମୋର ଅମ୍ଳଜାନ ଆଜି
କମି କମି ଯାଉଅଛି
କେତେ ମୂର୍ଖ ମୁଁ ଯେ ଗଛ ସବୁ କାଟି
ଅମ୍ଳଜାନ ଖୋଜୁଅଛି ।।
ଶେଷ ରେ ସଭିଙ୍କୁ ଅନୁରୋଧ ମୋର
ବୃକ୍ଷରୋପଣ ଯେ କର
ଅମ୍ଳଜାନ ଅଭାବେ ଚିରଦିନ ପାଇଁ
କରୁଛି ସଭିଙ୍କୁ ପର ।।
ଜାଣି ମୁଁ ନଥିଲି କୋରୋନା ମୋତେ ଯେ
ଏତେ ଭଲ ପାଏ ବୋଲି
ତା କୋଳ କୁ ନେଇ ତା ରୂପ ଦେଖେଇ
ମୃତ୍ୟୁ ମୁଖେ ଦେବ ଠେଲି ।।
©®ଅକ୍ଷୟ ସାହୁ