ଠାକୁର ଅଛନ୍ତି ସବୁ ଦେଖୁଛନ୍ତି

 

କାହିଁକି କେଜାଣି ମଣିଷ କୁହନ୍ତି

ଠାକୁର ଅଛନ୍ତି ବୋଲି

ଖରାପ କାମ ଯେବେ କରୁଥାନ୍ତି

ଏକଥା ଯାଆନ୍ତି ଭୁଲି…..


ଠାକୁର ଅଛନ୍ତି ସବୁ ଦେଖୁଛନ୍ତି

ଏକଥା ବି ସବୁ କୁହନ୍ତି

ଠାକୁର କଥାକୁ ପଛରେ ପକେଇ

ଖରାପ କାମରେ ମାତନ୍ତି…….


ଠାକୁର ନାମରେ ବ୍ୟବସାୟ କରି

ଭକତ ମାନଙ୍କୁ ଲୁଟନ୍ତି

ମିଛୁଆ ଭକତ ନିଜକୁ ସଜେଇ

ଧନ ଉପାର୍ଜନ କରନ୍ତି….


ଭାବୁଛନ୍ତି ସବୁ ଠାକୁର ନାହାନ୍ତି

ତେଣୁ ଖରାପରେ ମାତନ୍ତି

ଖରାପ କାମରେ ନିଜକୁ ହଜେଇ

ମନେ ମନେ ଗୂଡ଼ ଖାଆନ୍ତି


ଠାକୁର ଅଛନ୍ତି ସବୁ ଦେଖୁଛନ୍ତି

ନୀରବରେ ବସି ଅଛନ୍ତି

ସମୟ ଆସିଲେ ଉପହାର ଦେଇ

ପ୍ରମାଣିତ କରି ଦିଅନ୍ତି….


©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!