ଆଜି ବି ମୋ ମନେ ପଡେ ସେ ଦିନର କଥା
ଗାଆଁର ଜୀବନ ସିନା ଉଚ୍ଚ ଥିଲା ମଥା ।
ବାରମାସେ ତେର ପର୍ବ ଛମାସେ ନ’ ଯାତ
ଉତ୍କଳର ଅଭିମାନ କଳିଆ ସାଆନ୍ତ ।
ଆଷାଢ଼ ସଂକ୍ରାନ୍ତି ଆସେ ବରଷରେ ଥରେ
ତିନି ଦିନ କଟିଯାଏ ହସ ଖୁସି ଭରେ ।
ମାଟି ରଜସ୍ବଳା ହୁଏ ଏଇ ଦିନ ପୁଣି
କୁଆଁରୀ ପାଦ ତାପରେ ନପଡ଼ଇ ଜାଣି ।
ମାଟି ପରେ ଆଘାତ ବି ତିଳେ ହେଁ ନଦେବା
ଗଛରୁ ବି ଡ଼ାଳ ପତ୍ର ଆମେ ନ କାଟିବା ।
ରଜ ବୋଲି ନାମ ତାର ରଜ ଦୋଳି ସାଥେ
ଖିଲି ପାନ ପିଠା ପଣା ଖେଳକୁଦ କେତେ ।
ପୁଅ ଝିଅ ଅଭିଆଡ଼ି ମାନନ୍ତି ସେ ରୀତି
ଆଉ ସବୁ ବୟସରେ ଆନନ୍ଦ ବି ଅତି ।
ଉତ୍କଳର ପର୍ବ ଅଟେ ଓଡ଼ିଶାର ଗର୍ବ
ଜଗନ୍ନାଥ ନାମ ନେଇ ମନାଅନ୍ତି ସର୍ବ ।
©® ଅକ୍ଷୟ ସାହୁ