ଜଗତର ନାଥ

 ◆◆◆ ଜୟ ଜଗନ୍ନାଥ◆◆◆

ଜଗତର ନାଥ ବୋଲି

ଜଗତରେ ତୁମ ନାମେ

ପଡୁଅଛି ହୁରି ।

ଆଉ କେତେଦିନ ?

ନୀଳାଚଳେ ବସିଥିବ ତୁମେ ।

ଦାରୁଭୂତ ମୌନ ଅବତାରି ?

ନୀରବରେ ଚକାଆଖି ମେଲି

ସେମିତି ଦେଖି ଚାଲୁଥିବ

ଦୁନିଆର ଏ ବଡ଼ଦାଣ୍ଡେ

କେମିତି ଭେଦଭାବର

ଧର୍ମ ଦୌଡ଼ିରେ ଟଣା ହୋଇ ଚାଲୁଛନ୍ତି

ବିବେକ ଓ ମାନବବାତାର

ତୁମର ନନ୍ଦିଘୋଷ ରଥ,

ପ୍ରେମ ଓ ମୈତ୍ରୀର ଦେବଦଳନ

ଆଉ ଶାନ୍ତି, ଅହିଂସା ଓ ଭାତୃତ୍ଵର

ତାଳଧ୍ୱଜ ରଥ ।

ଆଉ କେତେଦିନ ?

ଜାତି, ବର୍ଣ୍ଣ, ସଂପ୍ରଦାୟ ଅବା

ଦେଶୀ ବିଦେଶୀର ରଙ୍ଗରେ

ରଞ୍ଚିତ କରି ବନ୍ଧାଯାଉଥିବ

ତୁମ ବଡ଼ଦେଉଳର ଶିଖରରେ

ଧମର ପତିତପାବନ ବାନା ।

ଆଉ କେତେ ଦିନ ?

ସ୍ପର୍ଶ – ଅସ୍ପର୍ଶ

ପ୍ରବେଶ -ଅପ୍ରବେଶ ଚୋଟରେ

ରକ୍ତରଞ୍ଚିତ କରି ଗଢ଼ା ଚାଲିଥିବ

ବିଶ୍ଵମାନବତାର ତୁମ ବୁନିଆଦି ପରେ

ବିଭେଦତାର ମେଘନାଦ ପାଚେରି ?

ଆଉ କେତେଦିନ?

ଭକ୍ତ ଶିରୋମଣି ଦାସିଆ ବାଉରିମାନେ

ତୁମ ଦର୍ଶନରୁ ବଞ୍ଚିତ ହୋଇ

ପଠାଇ ଚାଲିଥିବେ ତାଙ୍କର

ମହାନ୍‌ ଶ୍ରଦ୍ଧା ଭକ୍ତିର ପବିତ୍ର ନଡ଼ିଆ

ଆଉ ଭକ୍ତ ସାଲବେଗମାନେ ।

ବିଧର୍ମର ବୋଝ ବୋହି ବୋହି

ତୁମ ବଡଦାଣ୍ଡେ ଗାଇ ଚାଲୁଥିବେ

ଆହେ ନୀଳ ଶଇଳ…..,

ଥକାମନ ଚାଲଯିବା ଚକାନାୟନ ଦେଖିବା….!!


©® ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!