କରୋନା

 ତିନୋଟି ଅକ୍ଷରେ ନାମଟି ତାହାର

କରୁଥାଏ ସାରା ଦୁନିଆଁକୁ ଥରହର

କେତେ ପାପ ତୁମେ କରିଛ ଜୀବନେ

ଦେବାକୁ ଆସିଛି ସେ ଉପହାର ।।

।।ତିନୋଟି ଅକ୍ଷରେ ନାମଟି ତାହାର।।।

କେତେ ଯେ ଜୀବକୁ ହତ୍ୟା କରି ତୁମେ

ପେଟକୁ ଦେଇଛ ଆହାର

ତିନୋଟି ଅକ୍ଷରେ ନାମଟି ତାହାର

ଦେବାକୁ ଆସିଛି ସେ ଉପହାର ।।

ନିର୍ଦ୍ଦୟ ହୋଇକି ପଶୁ ପକ୍ଷୀ ମାରି

ଖାଉଥିଲ ଯେବେ ଖୁସିରେ

ସେହି ସବୁ କଥା ମନେ ପକା ଆଜି

କି ପାପ କରିଛୁ ତୁହିରେ ।।

ପଶୁପକ୍ଷୀଙ୍କର ଅଭିଶାପ ଆଜି

ମଣିଷ ଉପରେ ପଡ଼ିଲା

ତିନି ଅକ୍ଷରରେ କରୋନା ନାମଟି

ଦେବଦୂତ ଆଜି ସାଜିଲା ।।

କଳକାରଖାନା ଧୂଆଁ ସବୁ ମିଶି

ପ୍ରଦୂଷିତ ଥିଲା ଦେଶ

ପ୍ରକୃତିର ସେହି ପ୍ରକୃତ ରୂପକୁ

ଦେଖିଲା ସମସ୍ତ ବିଶ୍ଵ ।।

ପିଲା ଠାରୁ ଆସି ବୃଦ୍ଧ ଲୋକ ଯାଏଁ

ଡରନ୍ତି ତା ନାମ ଶୁଣି

ଘରେ ବସି ବସି ସମୟ କଟାନ୍ତି

ଦିନ ଖାଲି ଗଣି ଗଣି ।।

ଦିନ ପରେ ଦିନ ବଢି ଚାଲିଥାଏ

କରୋନା ରୋଗୀଙ୍କ ସଂଖ୍ୟା

ମିଡିଆ ବାଲା ତ ଦିନ ରାତି ଧରି

କରନ୍ତି ତାହାର ବ୍ୟାଖ୍ୟା ।।

ମାସ୍କ ସହିତ ସାନିଟାଇଜର ଧରି

ବୁଲୁଥାଏ ସବୁ ସାଥୀରେ

ଭୁଲ୍ ରେ ବି କେହି ବସ୍ ନାହିଁ କେବେ

ସାଙ୍ଗ ସାଥିଙ୍କର ପାଖରେ ।।

କରୋନା ଦାଉରୁ ରକ୍ଷା ପାଇଁ ଆମେ

ସବୁ ନିୟମ କୁ ମାନିବା

୨୦ ସେକେଣ୍ଡ ସାବୁନ ରେ ଘଷି

ହାତ କୁ ପାଣି ରେ ଧୋଇବା ।।

ସମୟ ଅଭାବେ ଭୁଲି ଯାଇଥିଲେ

ସାଙ୍ଗ ସାଥି ମାନେ ଯେବେ

ମାଆ ଟିଏ ତାର ପୁଅ କୁ ଦେଖିକି

ଖୁସି ହୋଇଯାଏ ତେବେ ।।

ବାହାର ରାଜ୍ୟ ରୁ ଆସୁଛନ୍ତି ବୋଲି

ରାଗ ନାହିଁ ଜମା କେହି

ଏ ମାଟି ଆମର ମାଆ ଯଦି ହୁଏ

ଆମେ ସବୁ ଭାଇ ଭାଇ ।।

ବିପଦ ପଡ଼ିଛି ବୋଲି ସିଏ ଆଜି

ଆସିଛି ମାଆ ର କୂଳେ

ଆଶ୍ରା ଟିକେ ପାଇଁ ରହିବା ପାଇଁ କି

ମାଆ ର ପଣତ ତଳେ ।।

ମଣିଷ ଭିତରେ ଭେଦ ଭାବ ଆଜି

କିଏ ହିନ୍ଦୁ , ମୁସଲମନ

କରନା ଭୂତାଣୁ ସଂକ୍ରମଣ ଠାରେ

ସମସ୍ତେ ହୋଇବେ ସମାନ ।।

କୋରୋନା ଦାଉରୁ ରକ୍ଷା ପାଇଁ

ନିଜ ଜୀବନକୁ ବଳି ଦିଅନ୍ତି

ଦେଶଟିକୁ ଆମ ବଞ୍ଚାଇବା ପାଇଁ

ଡାକ୍ତର, ପୋଲିସ ଦିନ ରାତି ଲାଗି ପଡନ୍ତି ।

ଦିନ ରାତି ସବୁ ଏକ କରି ଯିଏ

ଲାଗି ପଡ଼ିଛନ୍ତି ସେବାରେ

ଲାଗୁଛି ସେମାନେ କରୋନାକୁ ଦିନେ

ହରାଇବେ ସୁନିଶ୍ଚିତରେ ।।

ଆସ ଆମେ ସବୁ ସଂକଳ୍ପ କରିବା

ନିୟମ ସବୁକୁ ମାନିବା

ତା ହେଲେ ସମସ୍ତେ କରୋନା ଦାଉରୁ

ଏ ଦେଶକୁ ରକ୍ଷା କରିବା ।।


©® ଅକ୍ଷୟ ସାହୁ 

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!