ମୋ ପ୍ରେମର ଗୋଟେ ପାର୍ଶ୍ୱ


 ମୋ ମନ କଥା ତତେ ନକହିବା
ମୋ ଭାବନା ତୋ ଆଗେ 
ଅଜାଡି ନଦବା
ମୋ ଅନିଦ୍ରାର କାରଣ ଖୋଜିବା
ମୋ ପ୍ରେମର ଗୋଟେ ପାର୍ଶ୍ୱ ।



ରାସ୍ତା ଉପରେ ତୋ ରାସ୍ତା ଦେଖିବା
ହାତରେ ଚକୋଲେଟ୍ ଟେ ଧରି
ତତେ ଅପେକ୍ଷା କରିବା
ତୋ ମେସେଜ୍ କୁ ଅପେକ୍ଷା କରିବା
ଗୋଟାଏ ମେସେଜ୍ କୁ ବାରମ୍ୱାର ପଢିବା
ବିନା କାରଣରେ ହସି ପକେଇବା
ତୋର ନିହାତି ସାଧାରଣ କଥାରେ
ଖୁସି ହେଇଯିବା
ମୋ ପ୍ରେମର ଗୋଟେ ପାର୍ଶ୍ୱ ।



ତୋ ଅଜାଣତ ରେ ତତେ କଣେଇ ଚାହିଁ ଦବା
ତୋ ସହ ଆଖି ମିଶିଗଲେ 
ଝାଳ ସୁଡୁବୁଡୁ ହେଇଯିବା
ତୋ ଆଗରେ ଗଲା ବେଳେ
ପ୍ରଶ୍ୱାସ ର ବେଗ ବଢିଯିବା
ତୋ ହାତରେ ଖାତା ଧରେଇ
ଅଜଣା ଯନ୍ତ୍ରଣା ଟେ ପାଇବା
ସବୁ କିଛି ମୋ ପ୍ରେମର ଗୋଟେ ପାର୍ଶ୍ୱ ।


©® ଅକ୍ଷୟ ସାହୁ