ତୁମ ଅପେକ୍ଷାରେ


ରାତିକୁ ନିଜର କରୁଛି ବୋଲି
ଖୋଜୁଛି ଗୋଟେ ଦିନ
ଅପେକ୍ଷା କରିଛି ତମେ ଆସିବ
ପ୍ରେମରେ ଭିଜେଇ ମନ ।


ଶୀତ ରାତିର ଶୀତୁଆ ଅନ୍ଧାରେ
ଖତେଇ ହେଉଛି ଜହ୍ନ
କହୁଛି କେତେ ହଜିଲା ସମୟ
ଭୁଲିକି ପାରିବ ମନ?


ଯେଉଁଠି ଦିନେ ତୁମ ଛାତିରେ ମୋ'
ଦେଖୁଥିଲା ମନ ସ୍ବପ୍ନ
ଆଜି ସେହି ରାତି ଝୁରୁଛି ବସି
ବିଭୋର ଗୋ ମନ ପ୍ରାଣ ।


ପ୍ରୀତିର ଜୁଆର ଗୋଲାପୀ ଘର
କରୁଛି ତୁମ ସନ୍ଧାନ 
ଅବଶିଷ୍ଟ ଋତୁ ଅପେକ୍ଷାରେ ଗୋ
ଝାଉଁଳି ଯାଇଛି ମନ ।।

©® ଅକ୍ଷୟ ସାହୁ