ପ୍ରେମର ଆରମ୍ଭ

 


ପ୍ରେମ ସଂପର୍କ ର ଭିନ୍ନ ଏକ ଭାଷା
ସୃଷ୍ଟି ର ଆରମ୍ଭ ରୁ ପ୍ରେମ ରୁ ହିଁ ସୃଷ୍ଟି ।
ପ୍ରେମ ପବିତ୍ର ଶାଶ୍ୱତ ପ୍ରେମ ସ୍ୱର୍ଗୀୟ ,
ପୁଣି ଅସୀମିତ,ଅପରିକଳ୍ପନୀୟ ।

ପ୍ରେମ ତ୍ୟାଗ ର ଅନ୍ୟନାମ
ଆଖିର ଭାଷା ,ଓଠର ନୀରବତା ,
ହୃଦୟ ର ଏକ ଅନୁଭବ ।
ପ୍ରେମ ଗଢ଼ି ତୋଳେ ଏକ ସୁନ୍ଦର ଦୁନିଆ ଟିଏ।

ହେଲେ ଆଜି କିନ୍ତୁ ଯେମିତି
ବଦଳି ଯାଇଛି ପ୍ରେମ ର ସଂଜ୍ଞା
ଏଠି ପ୍ରେମ ନାହିଁ ଅନୁଭବ ରେ
ଖାଲି ଉପଭୋଗ ରେ ,
ଛଳନା ଆଉ ପ୍ରତାରଣା ରେ ।

ତୁମେ ଯେବେ ଆସିଲ ମୋ ଜୀବନେ
ଶାଶ୍ୱତ ପ୍ରେମ ଟିଏ ନେଇ
ବଦଳାଇ ଦେଲ ଭାବନାକୁ ମୋର ।

ତୁମେ ବୁଝି ପାରୁଥିଲ ମୋ ମନର ଭାଷା ସବୁ
ଦେଖି ପାରୁଥିଲ ହୃଦୟ ତଳର ଦୁଃଖ କୁ
ଯେତିକି ଜାଣିନି ମୁ ମୋ ନିଜକୁ
ତୁମେ କିନ୍ତୁ ଜାଣିଛ ମୋତେ ।

ପବିତ୍ର ପ୍ରେମ ଟିଏ
ଆଜିବି ବଞ୍ଚି ରହିଛି
ତୁମ ପରି ପ୍ରେମୀ ଙ୍କ ହୃଦୟରେ..

©® ଅକ୍ଷୟ ସାହୁ 

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!